Home ଜିଲ୍ଲା ପରିକ୍ରମା ମରଣଯନ୍ତା ପାଲଟିଛି ଖୋଲା ଡ୍ରେନ୍

ମରଣଯନ୍ତା ପାଲଟିଛି ଖୋଲା ଡ୍ରେନ୍

21

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ମୁଖ୍ୟବଜାର ରାସ୍ତା ପ୍ରଶସ୍ତିକରଣ ସମୟରେ ଉଭୟ ପାଶ୍ୱର୍ ଡ୍ରେନ ନିର୍ମାଣ କରାଯାଇଥିଲା । ଡ୍ରେନ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବାର ସ୍ଥାନୀୟ ଜନସାଧାରଣ ବାରମ୍ବାର ଅଭିଯୋଗ ସେତେବେଳେ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ନଥିଲେ । ଡ୍ରେନ ନିର୍ମାଣର ମାତ୍ର କେତୋଟି ବର୍ଷ ପରେ ଡ୍ରେନ ସ୍ଲାବ୍ ଗୁଡ଼ିକ ଭାଙ୍ଗିଯାଇ ମେଲା ପଡ଼ିଛି । ଯଦ୍ୱାରା ଲୋକେ ଡ୍ରେନ ମଧ୍ୟକୁ ଖସିପଡ଼ି ଖଣ୍ଡିଆଖାବରା ହେଇଥିବାର ଜଣାପଡ଼ିଛି । ମୁଖ୍ୟ ରାସ୍ତାରୁ ସ୍ଥାନୀୟ ସାପ୍ତାହିକୀ ହାଟ ଓ ଭବାନୀଗଂଜ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଡ୍ରେନ୍ ସ୍ଲାବ ଗୁଡିକ ସଂପୂର୍ଣ୍ଣ ଭାଙ୍ଗି ରୁଜି ଯାଇଛି । ଏହି ଡ୍ରେନ୍ ଉପର ଦେଇ ପ୍ରତିଦିନ ଲୋକମାନେ ଯାଆଆସ କରିବା ସହ ଯାନବାହାନ ମଧ୍ୟ ଯିବା ଆସିବା କରୁଥିବାରୁ ବିପଦର ସମ୍ମୁଖିନ ହେଉଛନ୍ତି । ଏ ସଂପର୍କରେ ଲୋକେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଗୋଚର କରିଥିଲେ ସୁଦ୍ଧା କିଛି ସୁଫଳ ମିଳିପାରି ନାହିଁ । ଏଥି ସହିତ ସ୍ଥାନୀୟ କୃଷ୍ଣ ଚରଣ ବିଦ୍ୟାମନ୍ଦିର ଓ ଅନେକ ବ୍ୟସ୍ତବହୁଳ ସ୍ଥାନରେ ସ୍ଲାବ ଗୁଡିକ ସଂପୂର୍ଣ୍ଣ ଭାଙ୍ଗି ରୁଜି ଯିବା ସହ ମୁକୁଳା ପଡ଼ିଛି । ଯାହାକି ପିଲାମାନଙ୍କ ସହ ଲୋକମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ତୁରନ୍ତ ଏହାର ମରାମତି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେଲେ ଭୁବନେଶ୍‌ବର ଘଟଣାର ପୁନରାବୃତ୍ତି ଏଠାରେ ହେବାର ସମ୍ଭାବନା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.