Home ଜିଲ୍ଲା ପରିକ୍ରମା ମରଣଯନ୍ତା ନିଧିପଣ୍ଡା ରେଳବ୍ରିଜ୍ ତଳ ରାସ୍ତା – କାର୍ଯ୍ୟାରମ୍ଭ ପାଇଁ ଆରଡି ସହ ବିଜେପି କର୍ମକର୍ତ୍ତାଙ୍କ...

ମରଣଯନ୍ତା ନିଧିପଣ୍ଡା ରେଳବ୍ରିଜ୍ ତଳ ରାସ୍ତା – କାର୍ଯ୍ୟାରମ୍ଭ ପାଇଁ ଆରଡି ସହ ବିଜେପି କର୍ମକର୍ତ୍ତାଙ୍କ ଆଲୋଚନା

120

ବାଲେଶ୍ୱର, ୧୬ା୭ (ଓଡ଼ିଆ ପୁଅ/ଅଭୟ ଦାସ) : ସଦର ବିଜେପି ଶାଖାର ଏକ ପ୍ରତିନିଧି ଦଳ ଓଡ଼ଙ୍ଗୀ ପଞ୍ଚାୟତର ରେଲୱେ ଓଭର ବ୍ରିଜ୍ ତଳ ଶୋଚନୀୟ ରାସ୍ତା ପରିଦର୍ଶନ କରିବା ସହିତ ଏହାର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଆରଡି ନିର୍ବର୍ାହୀ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ଓଡ଼ଙ୍ଗୀ ସମେତ ୬ ଗୋଟି ପଞ୍ଚାୟତର ହଜାର ହଜାର ଲୋକେ ଯାତାୟତ କରିଥା’ନ୍ତି। ଦୀର୍ଘଦିନ ଧରି ମରାମତି ନହେବା ଯୋଗୁଁ ରାସ୍ତାରେ ସମ୍ପ୍ରତି ଲୋକେ ଯିବାଆସିବା କରିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିବା ସହିତ ତତ୍କାଳୀନ ବିଧାୟକ ଓ ସାଂସଦଙ୍କ ସମେତ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଥିଲେ। ମାତ୍ର ସ୍ୱର୍ଗତ ମଦନ ମୋହନ ଦତ୍ତ ବିଧାୟକ ହେବା ପରେ ତତ୍କାଳୀନ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଓ ଆରଡିର ନିର୍ବାହୀ ଯନ୍ତ୍ରୀଙ୍କୁ ନେଇ କ୍ଷେତ୍ର ପରିଦର୍ଶନ ସହ ରାସ୍ତା ନିର୍ମାଣ ପାଇଁ ଏଷ୍ଟିମେଣ୍ଟ କରାଇଥିଲେ। ଏହି ପ୍ରକଳ୍ପକୁ ସରକାରୀ ମଞ୍ଜୁରି ମିଳିଥିଲେ ବି ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ନହେବାକୁ ନେଇ ବିଜେପି କର୍ମକର୍ତ୍ତାମାନେ ଆରଡି ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ତେବେ ବିଭିନ୍ନ କାରଣ ପାଇଁ ବିଳମ୍ବ ହୋଇଥିବା ବେଳେ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ କହିଥିଲେ। ଏହା ଶୁଣିବା ପରେ ଓଡ଼ଙ୍ଗୀ ପଞ୍ଚାୟତ ସମେତ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ଅନ୍ୟାନ୍ୟ ପଞ୍ଚାୟତର ବାସିନ୍ଦାମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ସ୍ୱର୍ଗତ ବିଧାୟକଙ୍କ ପୁତ୍ର ମାନସ କୁମାର ଦତ୍ତ, ରବିନାରାୟଣ ମହାପାତ୍ର ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ରବୀନ୍ଦ୍ର ରାଉତ, ଅନନ୍ତ ନାୟକ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ କ୍ଷେତ୍ର ପରିଦର୍ଶନ ସହ ଆରଡି ନିର୍ବାହୀ ଯନ୍ତ୍ରୀଙ୍କ ସହ ଆଲୋଚନାରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.