Home ଓଡ଼ିଶା ତାଲା ବନ୍ଦ ଭିତରେ ଆଦିବାସୀ ମହିଳା ଭୋକରେ ଜୀବନ ହାରିଲେ  ଦୋଷ ସ୍ୱୀକାର କରନ୍ତୁ ସରକାର...

ତାଲା ବନ୍ଦ ଭିତରେ ଆଦିବାସୀ ମହିଳା ଭୋକରେ ଜୀବନ ହାରିଲେ  ଦୋଷ ସ୍ୱୀକାର କରନ୍ତୁ ସରକାର : ନିରଞ୍ଜନ ପଟ୍ଟନାୟକ

68

ଭୁବନେଶ୍ୱର ୧୬-୭ (ଓଡ଼ିଆ ପୁଅ) – ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ତାଲାବନ୍ଦ ସମୟରେ ରାଜ୍ୟରେ ଘଟୁଥିବା ଅନାହାର ମୃତ୍ୟୁକୁ ନେଇ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଏଭଳି ଅନାହାର ମୃତ୍ୟୁ ରାଜ୍ୟରେ ଚାଲିଥିବା ଖାଦ୍ୟ ସୂରକ୍ଷା ଓ ଗରୀବ କଲ୍ୟାଣ ଯୋଜନାର ଅସଲ ରୁପକ ପଦାରେ ପକାଇବା ସହିତ ପ୍ରଶାସନିକ ଅବହେଳା ଏଥିପାଇଁ ମୁଖ୍ୟ ଦାୟୀ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ନୟାଗଡ଼ ଜିଲ୍ଲା ସ୍ଥିତ କାଳିଆମ୍ବ ଗାଁର ୪୬ ବର୍ଷିୟା ଦୁଃଖି ଜାନୀଙ୍କର ଭୋକରେ ଘଟିଥିବା ଘଟିଥିବା ଏକ ଦୁଃଖଦ ମୃତ୍ୟୁକୁ ସଭ୍ୟ ସମାଜରେ କଦାପି ଗ୍ରହଣ କରାଯାଇ ପାରିବ ନାହିଁ। ଦୁଃଖି ଜାନୀଙ୍କ ମୃତ୍ୟୁ ଜୁନ୍ ୨୪ ତାରିଖରେ ଘଟିଥିଲେ ମଧ୍ୟ କୌଣସୀ ପ୍ରଶାସନିକ ତତ୍ପରତା ପ୍ରକାଶ ନପାଇବା ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହି ବିଷୟରେ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନର କର୍ମକର୍ତା ଉକ୍ତ ଗାଁକୁ ଯାଇ ଯେଉଁ ତଥ୍ୟ ଉନ୍ମୋଚନ କଲେ ସେଥିରୁ ଜଣାଗଲା ଯେ ଉକ୍ତ ମହିଳା ମୃତ୍ୟୁପୂର୍ବରୁ ତିନିଦିନ ଖାଇବାକୁ ନପାଇ ଭୋକରେ ଥିଲେ। ତାଙ୍କୁ ପିଡିଏସ୍‌ରୁ ଠିକ୍ ସମୟରେ ଖାଦ୍ୟ ସାମଗ୍ରୀ ମିଳୁନଥିଲା। ଅନ୍ନପୂର୍ଣ୍ଣା ଯୋଜନାରେ ୨୦୧୬ ରେ ମିଳିଥିବା କାର୍ଡ଼ରେ ଯଦିଓ ସେ ୧୦କିଲୋ ଚାଉଳ ମାଗଣା ପାଇବା ପାଇଁ ହକ୍‌ଦାର ଥିଲା ତେବେ ତାଙ୍କୁ ଏହା ମିଳୁନଥିଲା। ସେ ଜଣେ ଅଣକୁଶଳୀ ଶ୍ରମିକ ଭାବରେ ମହାତ୍ମା ଗାନ୍ଧୀ ନରେଗା ଯୋଜନରେ କାମ ପାଇବା କଥା ତେବେ ଏଥିରେ ମଧ୍ୟ ତାଙ୍କୁ ହତାଦାର କରାଯାଇଥିଲା। କେନ୍ଦ୍ରୀୟ ଯୋଜନା ତଥା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଓ ଜନ୍‌ଧନ ଯୋଜନାରେ ବି ତାଙ୍କୁ କୌଣସୀ ପ୍ରକାର ସହାୟତା ମିଳୁନଥିଲା। ଯାହାର ପରିଣାମ ସ୍ୱରୂପ ଶେଷକୁ ସେ ନିରୀହ ଆଦିବାସୀ ମହିଳାଙ୍କର କ୍ଷୁଧା ଓ ଅନାହାର ଯୋଗୁଁ ମୃତ୍ୟୁ ଘଟିଲା। ଏଭଳି ଦୁଃଖଦାୟକ ଘଟଣାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱୀକାର କରି ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତି ନହେବ ସେଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ନଚେତ ଆଦିବାସୀ ଅଂଚଳରେ ଦିନକୁ ଦିନ ଏ ଅନାହାର ମୃତ୍ୟୁ ବୃଦ୍ଧି ପାଉଛି ଏବଂ ପାଇବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.