Home କେନ୍ଦୁଝର ପ୍ରତି ପଞ୍ଚାୟତରେ ଟିଏମସି ଖୋଲିବାକୁ ଦାବି

ପ୍ରତି ପଞ୍ଚାୟତରେ ଟିଏମସି ଖୋଲିବାକୁ ଦାବି

138

ହାଟଡିହି- ୨୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପ୍ରତି ପଞ୍ଚାୟତରେ ଟିଏମସି ସେଣ୍ଟର ଖୋଲାଯିବା ସହ ବ୍ଲକରେ ଅତିକମରେ ଗୋଟିଏ କୋଭିଡ ହସପିଟାଲ ଖୋଲିବାକୁ ଦାବି ହୋଇଛି । ଗତ ୨୦୨୦ରେ ପ୍ରତି ପଞ୍ଚାୟତରେ ଅସ୍ଥାୟୀ କୋଭିଡ ସେଣ୍ଟର (ଟିଏମସି) ଖୋଲାଯିବା ସହିତ ପ୍ରତି ପଞ୍ଚାୟତର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ସହିତ ପିଇଓ ଏବଂ ଜିଆରଏସ ମାନଙ୍କୁ ଏହାର ପରିଚାଳନା କ୍ଷମତା ଦିଆଯାଇଥିଲା । ଫଳରେ ଯେଉଁ କରୋନା ସଂକ୍ରମିତ ମାନେ ଚିହ୍ନଟ ହେଉଥିଲେ ସେମାନଙ୍କୁ ଏହି ଟିଏମସିରେ ସଙ୍ଗରୋଧରେ ରଖାଯାଇ ପାରୁଥିଲା । କିନ୍ତୁ ଚଳିତବର୍ଷ ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଆକ୍ରାନ୍ତ ମାନେ ସଂଗରୋଧରେ ରହିପାରୁ ନାହାନ୍ତି । ଅନେକ ଲୋକ ଆକ୍ରାନ୍ତ ହୋଇ ମଧ୍ୟ ଖୁଲାମଖୁଲା ବୁଲୁଥିବାବେଳେ ସେମାନଙ୍କୁ ସଂଗରୋଧରେ ରହିବାକୁ କହିବାପାଇଁ ମଧ୍ୟ କେହି ନାହାନ୍ତି । ଅନେକ ସ୍ଥାନରେ ଆକ୍ରାନ୍ତ ମାନଙ୍କର ଗୋଟିଏ ଗୋଟିଏ ଘର ଥିବାରୁ କିପରି ସେମାନେ ସଂଗରୋଧରେ ରହିବେ ଓ ପରିବାର ଲୋକେ କେଉଁଠି ରହିବେ ସେନେଇ ମଧ୍ୟ ପ୍ରଶ୍ନ କରିଛନ୍ତି । ଗତ କିଛିଦିନ ମଧ୍ୟରେ ହାଟଡିହି ବ୍ଲକରେ ପଜେଟିଭ ସଂଖ୍ୟା ବଢ଼ିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାପାଳ ହାଟଡିହି ବ୍ଲକର ପ୍ରତି ପଞ୍ଚାୟତରେ ଟିଏମସି କେନ୍ଦ୍ର ଗୁଡିକ ପୁନଃ ଚାଲୁ କରିବା ସହିତ ହାଟଡିହି ବ୍ଲକର ରୋଗୀ ମାନଙ୍କ ପାଇଁ ଗୋଟିଏ କୋଭିଡ ହସପିଟାଲ ଖୋଲିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.