Home କେନ୍ଦୁଝର ମାନବସେବା ସଂଗଠନ ପକ୍ଷରୁ ଛେନାପଦି ବିଶ୍ୱତାରିଣୀ କଲେଜରେ ବୃକ୍ଷରୋପଣ

ମାନବସେବା ସଂଗଠନ ପକ୍ଷରୁ ଛେନାପଦି ବିଶ୍ୱତାରିଣୀ କଲେଜରେ ବୃକ୍ଷରୋପଣ

40

ହାଟଡ଼ିହି, ୨୮ । ୧୦ : (ଓଡିଆପୁଅ / ବିକାଶ ବିଶ୍ୱାଳ) ମାନବ ସେବା ସଂଗଠନ ପରିବାର ଭଦ୍ରକ ପକ୍ଷରୁ ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଛେନାପଦିଛକ ସ୍ଥିତ ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଝରଣା ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ଅଧଞାପକ ସୁବାସ ଚନ୍ଦ୍ର ପାତ୍ର, ମାନବ ସେବା ସଂଗଠନର ସଭାପତି ସମ୍ବିତ ଜେନା, ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ଚକ୍ରଧର ସାହୁ, ସହ ସମ୍ପାଦକ କିର୍ତ୍ତୀକୃଷ୍ଣ ପାଳ, ମୁଖ୍ୟ ଉପଦ୍ଦେଷ୍ଟା ଦେବବ୍ରତ ବାରିକ ପ୍ରମୁଖ ଛାତ୍ରୀମାନଙ୍କୁ ବୃକ୍ଷ ରୋପରଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କରୋନା ମହାମାରୀରେ ଶହଶହ ଲୋକ ଅମ୍ଳଜାନ ଅଭାବରୁ ମୃତ୍ୟୁବରଣ କରିବାପରେ ଏହି ଅମ୍ଳଜାନ ଟିକେ ପାଇବାପାଇଁ ଘରେଘରେ ବୃକ୍ଷ ରୋପାଣ ପାଇଁ ସପଥ ନେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ପରେ ଭାରପ୍ରାପ୍ତ ଅଧ୍ୟକ୍ଷା ଝରଣା ବରାଳ ଚାରା ପୂଜାକରିବା ସହିତ ନଡିଆଭାଙ୍ଗି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କଲେଜର ଛାତ୍ରୀମାନେ ଓ ମାନବ ସେବାସଂଗଠନର ସଦସ୍ୟ ମାନେ କଲେଜ ପରିସରରେ ଶତାଧିକ ଚାରା ରୋପଣ କରିବା ସହିତ ଜଣେ ଜଣେ ଛାତ୍ରୀ ଗୋଟିଏ ଗୋଟିଏ ଚାରାକୁ ବଡକରିବାର ଦାୟିତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମାନବସେବା ସଂଗଠନର ସଦସ୍ୟ ସୁନିଲ ପରିଡା, ଜିତେନ୍ଦ୍ର ଦାସ, ଜିତେନ୍ଦ୍ର ସାହୁ, ପ୍ରଦୀପ ସାହୁ, ସୁଶାନ୍ତ ମହାପାତ୍ର, ସୌମେନ୍ଦ୍ର ମହାପାତ୍ର, କଲେଜର ଅଧାପକ ନିରଞ୍ଜନ ଜେନା, ଭକ୍ତ ଶେଖର ସ୍ୱାଇଁ, ମଧୁସୁଦନ ପାଢ଼ୀ, ସଞ୍ଜୁକ୍ତା ଲେଙ୍କା, ଦେବେନ୍ଦ୍ର କୁମାର ସା, ମଦନ ମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ମାନବସେବା ସଂଗଠନ ପୁର୍ବରୁ ସମାଜସେବା କ୍ଷେତ୍ରରେ ଦୁଃଖି ଦରିଦ୍ରଙ୍କ ଦୁଖଃ ଦୁର କରିବା, ପରିବେଶ ସୁରକ୍ଷା ଓ ସନ୍ତୁଳନ ରକ୍ଷା ପାଇଁ କାର୍ଯ୍ୟକରୁଥିବାବେଳେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପାଇଁ ଲାଗିପଡିଥିବାରୁ ବିଭିନ୍ନ ମହଲରୁ ସଂଗଠନର କର୍ମକତ୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.