Home ଜିଲ୍ଲା ପରିକ୍ରମା ବ୍ରାଉନସୁଗାର ମୋହରେ ଭଦ୍ରକର ଯୁବପିଢି, ପୁଣି କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୧ କେଜି ୩୦...

ବ୍ରାଉନସୁଗାର ମୋହରେ ଭଦ୍ରକର ଯୁବପିଢି, ପୁଣି କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ୧ କେଜି ୩୦ ଗ୍ରାମ ଜବତ, ୨ ଗିରଫ

46

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ରାନ୍ଦିଆ ନିକଟରେ ୨ ଜଣଙ୍କ ଠାରୁ କୋଟିଏ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନ ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ଦ୍ୱାରା ୫୩ନଂ ରାଜ୍ୟ ରାଜପଥ ଭଦ୍ରକ-ଆନନ୍ଦପୁର ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ କରୋନା ଜନିତ ଏମଭିଆଇ ଏନଫୋର୍ସମେଣ୍ଟ ଚେକିଂ ଚାଲିଥିଲା । ଏହି ସମୟରେ ରାନ୍ଦିଆ ନିକଟରେ ସନ୍ଦେହ ଜନକ ଭାବେ ଭଦ୍ରକରୁ ବରପଦା ଦିଗକୁ ଯାଉଥିବା ଓଆର-୦୧ଜେ-୪୫୬୫ ନମ୍ବରର ବାଇକ୍ ଚାଳକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଗଣିଜାଙ୍ଗ-ହାସିନପୁର ଗ୍ରାମ ନିବାସୀ ଭାସ୍କର ପ୍ରଧାନଙ୍କ ପୁତ୍ର ଶ୍ରୀକାନ୍ତ ଓରଫ ବଡପୁଅ (୩୫) ଏବଂ ବାଇକ୍ ପଛରେ ବସିଥିବା ଅର୍ଜୁନ ସେଠୀଙ୍କ ପୁତ୍ର ଅରୁଣ (୩୨) ଙ୍କୁ ଅଟକାଇଯାଇଥିଲା । ସେମାନଙ୍କୁ ଯାଞ୍ଚ କରିବା ସମୟରେ ତାଙ୍କ ଠାରୁ ୧ କେଜି ୩୦ ଗ୍ରାମ ଓଜନର ବ୍ରାଉନସୁଗାର (ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟ), ୩ଟି ମୋବାଇଲ୍ ଓ ଗୋଟିଏ ଆଧାର କାର୍ଡ ଜବତ କରାଯିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭଦ୍ରକର ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତ କିଛି ମାସ ହେବ ଭଦ୍ରକରୁ କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଆସୁଅଛି । ଏବଂ ଏହି ବ୍ରାଉନସୁଗାର ମୋହରେ ଯୁବପିଢି ପଢି ନଷ୍ଟ ହେବା ସହ ତାଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଉଛି । ଏହି ବ୍ରାଉନ୍‌ସୁଗାର ସବୁ ବାଲେଶ୍ୱର ଜିଲାର ଜଳେଶ୍ୱରରୁ ଅଣାଯାଇ ସବୁ ସ୍ଥାନକୁ ପଠାଯାଉଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.