Home Top News ଚାରି କେଜି ସାତ ଶହ ଗ୍ରାମ ଗଞ୍ଜେଇ ସହ କଳା ବ୍ୟବସାୟୀ ଗିରଫ, ଅନ୍ୟ ସମ୍ପୁକ୍ତ...

ଚାରି କେଜି ସାତ ଶହ ଗ୍ରାମ ଗଞ୍ଜେଇ ସହ କଳା ବ୍ୟବସାୟୀ ଗିରଫ, ଅନ୍ୟ ସମ୍ପୁକ୍ତ ଅଭିଯୁକ୍ତଙ୍କୁ ଗିରଫ ନେଇ ଚାଲିଛି ଜେରା

36

ବଲାଙ୍ଗୀର ୨୦-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଭଇଁଷା ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରୁ ଜଣେ ଚୋରା ଗଞ୍ଜେଇ ବ୍ୟବସାୟୀକୁ ଅବକାରୀ ବିଭାଗ ୪ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ସୂଚନା ଦିଆଯାଇଛି। ବ୍ୟବସାୟୀଙ୍କ ବେଆଇନ ଭାବେ ଗଞ୍ଜେଇ ବିକ୍ରି କରିବା ପାଇଁ ନେଉଥିବାବେଳେ ଅବକାରୀ ବିଭାଗ ହାତରେ ଧରା ପଡିଥିଲା ଅଭିଯୁକ୍ତ। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦୀର୍ଘ ବର୍ଷ ଧରି ଏହି ଅଭିଯୁକ୍ତ ଏ ଗଞ୍ଜେଇ ବ୍ୟବସାୟ ଚଳାଇଅସୁଥିବା ବଲାଙ୍ଗିର ଅବକାରୀ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ତଥା ପାଟଣାଗଡ଼ ଅବକାରୀ ବିଭାଗର ଅଧିକାରୀ ବିଶ୍ବନାଥ ପରିଡା, ଏସଆଇ ପ୍ରସନ୍ନ ପଟେଲ, ଗୀତାଞ୍ଜଳି କୁମ୍ଭାର, ଦୟାନିଧି ବାରିକ ସହିତ ବିଭାଗୀୟ କର୍ମଚାରୀମାନେ ଭଇଁଷା ଗ୍ରାମରେ ପେଟ୍ରୋଲିଂ କରି ଗିରଫ କରାଯାଇଛି ଓ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ଜେରା କରି ଗିରଫ କରାଯିବ ବୋଲି କୁହାଯାଇଛି। ଜଗନ୍ନାଥ ମନ୍ଦିର ନିକଟରେ ଥିବା ରାସ୍ତାରୁ ବ୍ରଜମୋହନ ନେପାକ ନାମକ ଜୈନିକ ବ୍ୟକ୍ତି ଏକ ବ୍ୟାଗରେ ଗଞ୍ଜେଇ ନେଉଥିବା ସନ୍ଦେହ କରି ଅଟକାଇଥିଲେ। ବ୍ୟାଗ ଭିତରେ ଗଞ୍ଜେଇ ଥିବା ଦେଖି ବିଭାଗୀୟ ଅଧିକାରୀମାନେ ବ୍ରଜମୋହନକୁ ପାଟଣାଗଡ଼ ଅବକାରୀ ବିଭାଗକୁ ଆଣି ଅଟକ ରଖି ପଚରାଉଚୁରା କରି ଗିରଫ କରିଥିବା ଜଣାପଡିଛି।

ଜବତ୍ ଗଞ୍ଜେଇ ୪ କେଜି ୭୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ପାଟଣାଗଡ଼ ଅବକାରୀ ଅଧିକାରୀ ବିଶ୍ବନାଥ ପରିଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.