Home ଜିଲ୍ଲା ପରିକ୍ରମା ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ

89

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବାଣିତିଆ ପଂଚାୟତ ଅଧିନସ୍ଥ କୁଡ଼ିଆମାଳ ଗ୍ରାମର ବିଶିଷ୍ଟ ସମାଜସେବୀ ନବକିଶୋର ପଣ୍ଡାଙ୍କ ତତ୍ୱାବଧାନରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଏକ ମନ୍ଦିର ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଧାନାଥ କର ସଂପୃକ୍ତ ମନ୍ଦିର ନିର୍ମାଣ ନିମନ୍ତେ ଭୂମିଦାନ କରିଥିଲେ । ଭଦ୍ରକ ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ମୁଖ୍ୟ ପରିଚାଳକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦାମଦୋର ସଂସ୍କୃତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ କରକମଳରେ ଶୁଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ନାଲଗରା ଉଚ୍ଚବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଥ ବେହେରା, ସମାଜସେବୀ ଶଙ୍କର୍ଷଣ ଦାସ, ଶ୍ରୀ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଆବାହକ ଶରତ ଚନ୍ଦ୍ର ସାହୁ, ପ୍ରବକ୍ତା ତପସ୍ୱୀନି ପାଢୀ ପ୍ରମୁଖ ଯୋଗ ଦେଇଥିଲେ । ଜଗନ୍ନାଥ ସଂସ୍କୃତି ଓ ଦର୍ଶନ ଉପରେ ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ । ପୁରୋହିତ ରାମଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶିବାଜି ପଣ୍ଡା,ରଘୁନାଥ ପଣ୍ଡା, ପ୍ରଦିପ ବେହେରା,ବିଶ୍ୱନାଥ ବେହେରା ସନ୍ତୋଷ ପଣ୍ଡା ପ୍ରତିକ୍ଷା ପ୍ରିୟଲକ୍ଷ୍ମୀ ପଣ୍ଡା,ମାନସ ପଣ୍ଡା,ନାରାୟଣ ପଣ୍ଡା ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.