Home ଜିଲ୍ଲା ପରିକ୍ରମା କେଳାଗଢିଆ- ଘଡ଼େଇସାହି ଗ୍ରାମ୍ୟରାସ୍ତା ନିର୍ମାଣ ଦାବୀ

କେଳାଗଢିଆ- ଘଡ଼େଇସାହି ଗ୍ରାମ୍ୟରାସ୍ତା ନିର୍ମାଣ ଦାବୀ

24

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଆମ୍ବରୋଳି ପଞ୍ଚାୟତର କେଳା ଗଢିଆ -ଘଡ଼େଇ ସାହି ୨ କିମି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀମାନେ ଦାବୀ କରିଛନ୍ତି । ଆଜକୁ ୧ବର୍ଷ ତଳେ ଏହି ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅବଗତ କରାଯାଇଥିବା ବେଳେ ଏବେ ଟ୍ୟୁଟି ଯୋଗେ ଜଣାଇଛନ୍ତି । ସ୍ୱାଧିନତାର ଦୀର୍ଘ ବର୍ଷ ପରେ ମଧ୍ୟ ଉକ୍ତ ଗ୍ରାମକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ପାରି ନାହିଁ । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫ କିମି ଦୂରରେ ଥିବା ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି । ଏହି ରାସ୍ତାଟି ସାଳନ୍ଦୀ ବାମପାଶ୍ୱର୍ ମୁଖ୍ୟ କେନାଲ ପାଖ଼ କେଳାଗଢିଆ ଗ୍ରାମରୁ ବାହାରି ପଞ୍ଚାୟତ ଦେଇ ଘଡ଼େଇ ସାହି ପର୍ଯ୍ୟନ୍ତ ଲମ୍ବିଛି । ଦୈନିକ ଦେଢହଜାରରୁ ଉର୍ଦ୍ଧ୍ୱ ଲୋକ ଜରୁରୀ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଯିବା ଆସିବା ନିମନ୍ତେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିକଟରେ ମକରେଶ୍ୱର ନୋଡ଼ାଲ ବିଦ୍ୟାଳୟ ରହିଥିବା ବେଳେ ନିକଟସ୍ଥ ଭଦ୍ରକ, ଚରମ୍ପା, ଅନ୍ତରା, ଗରସଙ୍ଗ କଲେଜକୁ ଶହଶହ ଛାତ୍ରଛାତ୍ରୀ ଯାଆଆସ କରିଥାନ୍ତି । ଏହି ରାସ୍ତା ମଝିରେ ମଝିରେ କଂକ୍ରିଟ ରାସ୍ତା ହୋଇଥିଲେ ବି ତାହା ନଷ୍ଟ ହୋଇ ଯାଇଛି । ମୁଖ୍ୟତଃ ରାସ୍ତାଟି ମେଂଟାଲ ମୋରମରେ ନିର୍ମିତ ହୋଇଥିଲେ ବି ତାହା ନଷ୍ଟ ହୋଇ ବର୍ତ୍ତମାନ ବର୍ଷାଦିନରେ କାଦୁଅ ପଚପଚ ହୋଇଛି । ୪ ଚକିଆ ଯାନ ଯିବା ଦୂରକଥା ବାଇକ ଓ ସାଇକେଲରେ ଯିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ଏଥିପ୍ରତି ଉଚ୍ଚକତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହାକୁ ସବୁଦିନିଆ ପକ୍କାରାସ୍ତା ନିର୍ମାଣ କରିବାକୁ ଗ୍ରାମବାସ ରତ୍ନାକର ମହାନ୍ତି, କରୁଣାକର ଜେନା, ଦାମୋଦର ପାଢୀ, କ୍ଷୀରୋଦ ଦାସ, ବିଶ୍ୱମ୍ବର ମହାନ୍ତି, ନାରାୟଣ ଚନ୍ଦ୍ର ପଣ୍ଡା, କମଳାକାନ୍ତ ମହାରଣା ପ୍ରମୁଖ ଦାବୀ କରିଛନ୍ତି । ଉପୋରକ୍ତ ରାସ୍ତା ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚ କମଳିନୀ ଦାସଙ୍କୁ ଯୋଗଯୋଗ କରାଯାଇଥିବା ବେଳେ ସେ କହନ୍ତି, ମୋ ପଞ୍ଚାୟତରେ ୨୬ ଗୋଟି ରାସ୍ତା ରହିଛି । ସୀମିତ ସମ୍ବଳ ମଧ୍ୟରେ ସମସ୍ତ ରାସ୍ତା ମରାମତି କରିବା ସମ୍ଭବ ହେଉ ନାହିଁ । ତେବେ ଏହି ରାସ୍ତାର ମଝିରେ ନୋଡ଼ାଲ ସ୍କୁଲ ଓ କେନାଲ ପାଖରେ କିଛି ଅଂଶ କଂକ୍ରିଟ ହୋଇଛି । ଏବେ ରାସ୍ତା ନିମନ୍ତେ ନୂଆ ପ୍ରୋଜେକ୍ଟ ଦିଆ ଯାଇଛି ଟଙ୍କା ଆସିଲେ କାର୍ଯ୍ୟ ଆରମ୍ଭ କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.