Home ଜିଲ୍ଲା ପରିକ୍ରମା ମନ୍ଦିରର ପୁନରୁଦ୍ଧାର ପାଇଁ ସାଂସଦ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ମନ୍ଦିରର ପୁନରୁଦ୍ଧାର ପାଇଁ ସାଂସଦ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

20

ଭଦ୍ରକ, ୨୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ପାଳିଅ।।ବିନ୍ଧା ପଞ୍ଚାୟତ ପାଳିଆବିନ୍ଧା ସ୍ଥିତ ଐତିହାସିିକ ବିରଞ୍ôଚନାରାୟଣ ମନ୍ଦିର ବଜ୍ରପାତରେ ଫାଟି ପଥର ଖସିଥିଲା । ଏ ନେଇ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ବୁଧବାର ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନି କୁମାର ପାତ୍ରଙ୍କୁ ସାକ୍ଷାତ କରି ମନ୍ଦିରର ମରାମତି ଓ ପୁନରୁଦ୍ଧାର ସହିତ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା କରିବାକୁ ଚିଠି ଲେଖିଛନ୍ତି । ମନ୍ଦିର ଫାଟିବା ଘଟଣା ଖବର ପାଇବା ପରେ ମଙ୍ଗଳବାର ଦିନ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କ୍ଷେତ୍ର ପରିଦର୍ଶନ କରି ଟ୍ରଷ୍ଟି ବୋର୍ଡ଼ ପରିଚାଳକ ବସନ୍ତ କୁମାର ନାୟକ ଓ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ଯଥାଶିଘ୍ର ବିଭାଗୀୟ ମନ୍ତ୍ରୀଙ୍କୁ ଜଣାଇ ମନ୍ଦିରର ମରାମତି କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ । ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସହିତ ବିଧାୟକ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ ଜେନା, ମନ୍ଦିର ଟ୍ରଷ୍ଟି ପରିଚାଳକ ବସନ୍ତ କୁମାର ନାୟକ, ସରପଞ୍ଚ ଯଶୋଦା ମଲ୍ଲିକ ପ୍ରମୁଖ ମନ୍ତ୍ରୀଙ୍କୁ ସାକ୍ଷାତ କରି ମନ୍ଦିର ସମ୍ପର୍କରେ ଆଲୋଚନା କରିଥିଲେ । ବିରଞ୍ôଚନାରାୟଣ ମନ୍ଦିରର ମରାମତି ଓ ପୁନରୁଦ୍ଧାର ପାଇଁ ଯଥାଶିଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ତେବେ ତୁରନ୍ତ ପଦକ୍ଷେପ ପାଇଁ ସାଂସଦ ଶ୍ରୀମତୀ ମଣ୍ଡଳଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.