Home ଜିଲ୍ଲା ପରିକ୍ରମା ମନ୍ଦାକିନୀ ମହୋତ୍ସବ ସଚେତନ ପଦଯାତ୍ରା

ମନ୍ଦାକିନୀ ମହୋତ୍ସବ ସଚେତନ ପଦଯାତ୍ରା

225

ନୟାଗଡ ୦୧/୧୨ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଖତିଆ ଗ୍ରାମ ପଂଚାୟତରୁ ଡିସେମ୍ବର ୧ ତାରିଖ ୮ ଘଟିକା ସମୟରୁ ମନ୍ଦାକିନୀ ମହୋତ୍ସବ ସଚେତନ ପଦଯାତ୍ରା ଆରମ୍ଭ ହୋଇଯାଇଅଛି। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥିଙ୍କ ଆବାହକତ୍ୱରେ ଏହି ସଚେତନ ପଦଯାତ୍ରା ଆରମ୍ଭ ହୋଇଯାଇଅଛି। ପ୍ରଥମ ଦିବସରେ ଏହି ପଦଯାତ୍ରା ଖତିଆ ରୁ ଆରମ୍ଭ କରାଯାଇ ରଣପୁର ଗଡ ପର୍ଯ୍ୟନ୍ତ ଆସିଥିବା ଜଣା ପଡିଛି। ଖତିଆଠାରେ ପଦଯାତ୍ରା ଶୁଭାରମ୍ଭ ପରେ ଦର୍ପନାରାୟଣ ପୁର ଓ ବାଉଁଶଗଡ ଛକରେ ପଥପ୍ରାନ୍ତ ସଭା କରାଯାଇଥିଲା। ରଣପୁର ପଂଚୁଦୋଳ ପଡିଆରେ ଥିବା ରଘୁ-ଦିବାକର ପ୍ରତି ମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ମନ୍ଦାକିନୀ ନଦୀ ସହିତ ମହାନଦୀର ସ୍ରୋତ ସଂଯୋଗ କରି ଚିରସ୍ରୋତା ରେ ପରିଣତ କରିବା ସଙ୍ଗେ ସଙ୍ଗେ ମନ୍ଦାକିନୀ ଜଳର ସୁରକ୍ଷା ସହ ଏହାର ସୁବିନିଯୋଗ କିପରି କରାଯାଇ ପାରିବ ତାହା ସମ୍ପର୍କରେ ସଚେତନ ବାର୍ତ୍ତା ପ୍ରଚାର କରାଯାଇଥିବା ଜଣା ପଡିଛି। ଏହି ସଚେତନ ପଦଯାତ୍ରା ଡିସେମ୍ବର ୪ ତାରିଖରେ ଗଡ ବଳଭଦ୍ରପୁରଠାରେ ଶେଷ କରାଯିବ। ଏହି ପଥପ୍ରାନ୍ତ ସଭାରେ ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ତଥା କଳିଙ୍ଗ ପାଇକ ସଙ୍ଗଠନର ସଭାପତି ହଟନାଥ ମଙ୍ଗରାଜ,  ଜଙ୍କିଆ ଗ୍ରାମ ପଂଚାୟତ ସରପଂଚ ରାଜେନ୍ଦ୍ର ସାମନ୍ତରାୟ, ଯୁବନେତା ପ୍ରଦ୍ୟୁମ୍ନ ଜଗଦେବ, ଯୁବନେତା ବିଜୟ ପାଲଟା ସିଂ, ବାଉଁଶଗଡ ସରପଂଚ ଦିଲୀପ୍ ଜେନା, ଖତିଆ ସରପଂଚ ନିଳମଣୀ ଭୁୟାଁ, ନରସିଂହପୁର ସରପଂଚ ନିତ୍ୟାନନ୍ଦ ପରିଡା, ଯୁବନେତା ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ, ଅମିନ ବରିଶଲ ପ୍ରଦୀପ୍ ବରାଳ ଆଦି ଯୋଗ ଦେଇଥିଲେ। ଖତିଆ ଗ୍ରାମ ପଂଚାୟତର ଶତାଧିକ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ୍ ହୋଇଥିଲେ। ମନ୍ଦାକିନୀ ନଦୀ ଖତିଆ ଜଙ୍ଗଲରୁ ବାହାରି ଗଡ ବଳଭଦ୍ରପୁରଠାରେ ଦୟା ନଦୀରେ ମିଶି ବଙ୍ଗୋପ ସାଗରରେ ପଡିଅଛି। ତେଣୁ ମନ୍ଦାକିନୀ ମହୋତ୍ସବ ଅବସରରେ ସଚେତନ ପଦଯାତ୍ରା ଖତିଆ ଗ୍ରାମ ପଂଚାୟତରୁ ଗଡ ବଳଭଦ୍ରପୁର ପର୍ଯ୍ୟନ୍ତ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.