Home ଓଡ଼ିଶା ଓଡ଼ିଶା ଉତ୍କର୍ଷ ସମ୍ମାନରେ ସମ୍ମାନୀତ ହେଲେ ୧୭ ପ୍ରତିଭା ଓ ୩ ଅନୁଷ୍ଠାନ

ଓଡ଼ିଶା ଉତ୍କର୍ଷ ସମ୍ମାନରେ ସମ୍ମାନୀତ ହେଲେ ୧୭ ପ୍ରତିଭା ଓ ୩ ଅନୁଷ୍ଠାନ

199

ଭୁବନେଶ୍ବର ୧-୧୨ (ଓଡ଼ିଆ ପୁଅ) : ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସମ୍ମାନ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଯୋଗଦେଇ କହିଛନ୍ତି ଯେ, ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହେଁ ସାରା ବିଶ୍ବର ଉତ୍କର୍ଷ ଅଟନ୍ତି। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ବରେ ନିଜର ଉତ୍କର୍ଷ ପରିଚୟ ଦେଇ ପାରିଛନ୍ତି। ଏଥିସହିତ ପ୍ରଫେସର ଗଣେଶୀ ଲାଲ କହିଛନ୍ତି ଯେ, ଓଡ଼ିଶାର ଲୋକଙ୍କ ଅଭିଯୋଗ ନାହିଁକି ଅଭାବ ନାହିଁ।

ସମାଜର ଉନ୍ନତି କେବଳ ଅର୍ଥନୀତି ଦ୍ବାରା ବୃଦ୍ଧି ହୋଇନଥାଏ। ସଂସ୍କୃତି, ସାହିତ୍ୟ ଓ ଐତିହ୍ୟର ଅଭିବୃଦ୍ଧି ମଧ୍ୟ ସମାଜର ଉନ୍ନତିରେ ସାହାଯ୍ୟ କରିଥାଏ। ଏହି ଉତ୍ସବରେ ପୁରସ୍କୃତ ହୋଇଥିବା ବ୍ୟକ୍ତିଗଣ ଭିନ୍ନ ଭିନ୍ନ କ୍ଷେତ୍ରରେ ନିର ଉତ୍କର୍ଷ ପାରଦର୍ଶିତା ଦେଖାଇଥିବାରୁ ସେମାନେ ଆଜି ଏହି ଉତ୍କର୍ଷ ସମ୍ମାନ ପାଇଛନ୍ତି ବୋଲି ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର କହିଛନ୍ତି।

ଏହି ଉତ୍ସବରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରାଯାଇଛି।

ଓଡ଼ିଶା ଉତ୍କର୍ଷ ସମ୍ମାନରେ ୧୭ ଜଣଙ୍କୁ ସମ୍ମାନୀତ କରାଯାଇଥିଲା। ସେମାନେ ହେଲେ ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଶ୍ରୀ ଜଗଦାନନ୍ଦ, ସାହିତ୍ୟରେ ଶ୍ରୀ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଶ୍ରୀ ଅଜିତ ଦାସ, ସିନେମାରେ ଶ୍ରୀମତୀ ମହାଶ୍ବେତା ରାୟ, ଲୋକସେବାରେ ଶ୍ରୀ ଅରୁଣ ବୋଥ୍ରା, କ୍ରୀଡ଼ାରେ ଶ୍ରୀମତୀ ଅନୁରାଧା ବିଶ୍ବାଳ, ସାମ୍ବାଦିକତାରେ ଶ୍ରୀ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଶ୍ରୀ ଅରୁଣ କୁମାର ସାବତ, ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ବ କ୍ଷେତ୍ରରେ ପ୍ରିୟଦର୍ଶୀ ନାନୁ ପାଣି, ଶିକ୍ଷା କ୍ଷେତ୍ରରେ ଶ୍ରୀମତୀ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଶ୍ରୀ ପ୍ରଶାନ୍ତ ସାହୁ ଓ ସଂପଦ ପରିଚାଳନା କ୍ଷେତ୍ରରେ ଶ୍ରୀ ତ୍ରିନାଥ ଲେଙ୍କା।

ଅନୁରୂପ ଭାବେ ତିନୋଟି ଅନୁଷ୍ଠାନ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। କର୍ପୋରେଟ୍‌ ସାମାଜିକ ଦାୟିତ୍ବ (ସିଏସ୍‌ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନୀ ନାଲ୍‌କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍‌ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ (ସୋଭା) ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.