Home ଜିଲ୍ଲା ପରିକ୍ରମା ମଦ ଦୋକାନ ଉଛେଦ ନେଇ ମହିଳାଙ୍କ ରାସ୍ତା ରୋକ୍‌

ମଦ ଦୋକାନ ଉଛେଦ ନେଇ ମହିଳାଙ୍କ ରାସ୍ତା ରୋକ୍‌

445

ନୟାଗଡ ୦୧/୧୨ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କନ୍ଧ ନୟାଗଡ ପୁରୁଣା ଜାତୀୟ ରାଜପଥ ବରପାଟଣା ସାହି ଛକରେ ଥିବା ଦେଶୀ ମଦ ଦୋକାନ ଉଛେଦ ନେଇ ମହିଳା ମାନେ ରାସ୍ତା ରୋକ୍ କରିଥିବା ଜଣା ପଡିଛି। ଠାକୁରାଣୀ ମନ୍ଦିର ଓ ଗାନ୍ଧୀ ପ୍ରତିମୁର୍ତ୍ତିଠାରୁ ୩୦୦ ମିଟର ଦୂରରେ ସରକାର ଏକ ଦେଶୀ ମଦ ଦୋକାନ ଖୋଲିଛନ୍ତି। ଯାହା ଫଳରେ ବରପାଟଣା ସାହିକୁ ଯାତାୟତ କରୁଥିବା ମହିଳା ମାନେ ବିଭିନ୍ନ ଅଶ୍ଲୀଳ ଇଙ୍ଗିତର ଶୀକାର ହେଉଛନ୍ତି। ଗତ ନଭେମ୍ବର ୩୦ ତାରିଖ ସଂଧ୍ୟାରେ ମଦ ଦୋକାନ ରେ ମଦ ବିକ୍ରୟ କରୁଥିବା ବ୍ୟକ୍ତିଙ୍କର ଅଶ୍ଳୀଳ ଇଙ୍ଗିତର ଶୀକାର ହୋଇଥିଲେ ଜଣେ ମହିଳା। ତେଣୁ ସକାଳୁ ମହିଳାମାନେ ମଦ ବିକ୍ରୟ କରୁଥିବା ଲୋକକୁ ପଚାରିବାରୁ ସେ ମହିଳା ମାନଙ୍କୁ ଗାଳି ଗୁଲଜ କରିଥିଲା। ତେଣୁ ମହିଳା ମାନେ ମଦ ଦୋକାନ ଉଛେଦ ନେଇ ଧାରଣାରେ ବସିଥିଲେ। ଏ ସମ୍ପର୍କେ ଚାନ୍ଦପୁର ଥାନା ଅଧିକାରୀ ଧନେଶ୍ୱର ନାହାକଙ୍କୁ ଯୋଗା ଯୋଗ କରିବାରେ କୁହନ୍ତି ମଦ ଦୋକାନ ଉଛେଦ ପାଇଁ ଜିଲ୍ଲାପାଳଙ୍କୁ ଲେଖାଯିବା ପରେ ଜିଲ୍ଲାପାଳ ଯାହା ନିଷ୍ପତି ନେବେ ଏବଂ ତାଙ୍କ ସମସ୍ୟା ବୁଝିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ହଟିଥିଲା। ଏ ସମ୍ପର୍କେ ନୟାଗଡ ଅବକାରୀ ସୁପରିଟେଣ୍ଡେଟ୍‌ ହବିବୁଲ୍ଲା ଖାଁ ଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି କଣ ସମସ୍ୟା ହୋଇଛି ସେ ସମ୍ପର୍କରେ ମୁଁ ତଦାରଖ କରୁଛି। ମଦ ଦୋକାନକୁ ନେଇ କନ୍ଧ ନୟାଗଡରେ ଉତ୍ତେଜନା ଲାଗି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.