Home ଓଡ଼ିଶା ମନ୍ତ୍ରୀ ଦିବ୍ୟଶଙ୍କର ଙ୍କୁ ବହିସ୍କାର ଓ ଗିରଫ ସହ ସିବିଆଇ ର ତଦନ୍ତ ଦାବିନେଇ ବିଜେପି...

ମନ୍ତ୍ରୀ ଦିବ୍ୟଶଙ୍କର ଙ୍କୁ ବହିସ୍କାର ଓ ଗିରଫ ସହ ସିବିଆଇ ର ତଦନ୍ତ ଦାବିନେଇ ବିଜେପି ମହିଳା ମୋର୍ଚା ପକ୍ଷରୁ ଏସପି ଏଫିସ ଆଗରେ ବିକ୍ଷୋଭ

45

ମାଲକାନଗିରି,୨୫ା୧୦(ଓଡିଆ ପୁଅ ) କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ମାଲିକ ଗୋବନ୍ଦ ସାହୁ ଙ୍କ ଦ୍ୱାରା ଜଘନ୍ୟ ହତ୍ୟା କାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ଥିବାରୁ ତାଙ୍କ ୁବହିସ୍କାର ଓ ଗିରଫ ସହ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ଦାବି କରି ମାଲକାନଗିରି ଜିଲ୍ଲା ଭାଜପା ଦଳ ମହିଳା ମୋର୍ଚା ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ଓ ଶୋଭାଯାତ୍ରା କରାଯାଇଛି । ରାଜ୍ୟ ବିଜେପି ମହିଳା ମୋର୍ଚା ସବାନେତ୍ରୀ ସୃତି ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳେ ମାଲକାନଗିରି ଜିଲ୍ଲା ବିଜେପି ପାର୍ଟୀ ମହିଳା ମୋର୍ଚାର ସଭାନେତ୍ରୀ ଦେବୀ ମାଢୀ ଙ୍କ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ମହିଳା ମୋର୍ଚାର ମହିଳା ମେନ ଏକ ସୋଭାଯାତ୍ରାରେ ଯାଇ ଏସପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ । ଏହି ବିକ୍ଷୋଭ ଓ ସୋଭାଯାତ୍ରା ରେ ଅନୟାନ ମାନଙ୍କ ମଧ୍ୟରେ ମାଲକାନଗରି ଜିଲ୍ଲା ଭାଜପା ମହିଳା ମୋର୍ଚା ପ୍ରଭାରୀ ସୁରଭି ପାଣି,ସନ୍ତୋଷିନି ପାତ୍ର,ସାବିତ୍ରୀ ପଡିଆମି,ବେଣିକାର୍ତୁଲ,ନର୍ମଦା କାର୍ତାମୀ,ସୌଦାମିନି ଆଚାର୍ଯ୍ୟ,ମମତା ମୟୀ ମହାନ୍ତି,ଦୁତିକା ମାଡକାମି ପ୍ରମୁଖ ମହିଳା ମୋର୍ଚାର ମହିଳା ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.