Home ଜିଲ୍ଲା ପରିକ୍ରମା ରାମେଶ୍ୱରପୁର ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ଉଦ୍‌ଘାଟିତ, ୨୦ମାସପରେ ୮୬ଟି ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ଖୋଲିଲା

ରାମେଶ୍ୱରପୁର ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ଉଦ୍‌ଘାଟିତ, ୨୦ମାସପରେ ୮୬ଟି ଅଷ୍ଟମ ଶ୍ରେଣୀ ବିଦ୍ୟାଳୟ ଖୋଲିଲା

37

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀ କବଳରେ ସାଧାରଣ ଜନତା ପାଖରୁ କୁନି କୁନି ପିଲାମାନେ ମଧ୍ୟ ଭୟର ବାତାବରଣ ମଧ୍ୟରେ ରହୁଥିଲେ । ତେବେ ଦୀର୍ଘ ୨୦ମାସପରେ କରୋନା ପାଇଁ ବନ୍ଦଥିବା ଧାମନଗର ବ୍ଳକର ୮୬ଟି ବିଦ୍ୟାଳୟ ପ୍ରାଥମିକ ଶିକ୍ଷାବିଭାଗର ନିର୍ଦ୍ଦେଶ କ୍ରମେ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି । ବିଭାଗୀୟ ନିର୍ଦ୍ଦେଶ ପାଇବା ପରେ କରୋନା ଗାଇଡ଼ଲାଇନ୍ ପାଳନ, ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଶିକ୍ଷକମାନେ ପିଲାମାନଙ୍କୁ ନିର୍ଦ୍ଧାରିତ ସମୟରେ ସାମାଜିକ ଦୂରତ୍ୱ ପାଳନ ସହ ସଚେତନ କରାଇ ଶ୍ରେଣୀ ମଧ୍ୟକୁ ପ୍ରବେଶ କରାଇଥିଲେ । ମୁହଁରେ ମାସ୍କପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ ପିଲାମାନେ ସମସ୍ତେ ଏହାକୁ ଯଥା ରୀତି ପାଳନ କରିଥିବା ଦେଖାଯାଇଥିଲା ।

ଜିଲ୍ଳା ଶିକ୍ଷାଧିକାରୀଙ୍କ ଆଦେଶ କ୍ରମେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ବିଭିନ୍ନ ବିଦ୍ୟାଳୟ ଗସ୍ତ କରାଯିବା ସହ କଟକଣା ପାଳନକୁ ଯାଂଚ କରାଯାଇଥିଲା । ତେବେ ଧାମନଗର ଅଂଚଳର ୮୬ଟି ଅଷ୍ଟମ ଶ୍ରେଣୀ ଥିବା ବିଦ୍ୟାଳୟ ଆଜି ପୁର୍ଣ୍ଣମାତ୍ରରେ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି । ଦୀର୍ଘଦିନ ବ୍ୟବଧାନ ପରେ ବିଦ୍ୟାଳୟ ଖୋଲିଥିବାରୁ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପିତା ମାତା, ଶିକ୍ଷାକମିଟି ଓ ଅଭିଭାବକ ମାନଙ୍କ ମହଲରେ ଆନନ୍ଦର ଲହରି ଖେଳିଯାଇଛି । ଏହି ଅବସରରେ ଧାମନଗର ବ୍ଲକର ଦଳାଙ୍ଗ ପଂଚାୟତର ରାମେଶ୍ୱରପୁର ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ସହ ବିଦ୍ୟାଳୟ ପରିସରରେ ସ୍ମାର୍ଟ କ୍ଲାସରୁମ୍ ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଜିଲ୍ଳା ଅତିରିକ୍ତ ଶିକ୍ଷାଧିକାରୀ ଦୀପକ ପାଢୀ, ଏଡ଼ିଇଓ ଏକାଡ଼େମିକ୍ ଭାସ୍କାର ସାହୁ, ଏବିଇଓ ଭୀମସେନ ହୋ, ଦଳାଙ୍ଗ ସରପଂଚ ବିରେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ ଏହି ଅତ୍ୟାଧୋନିକ କ୍ଲାସରୁମ୍‌କୁ ଉଦ୍‌ଘାଟ କରିବା ସହିତ ବିଦ୍ୟାଳୟର ପରିବେଷକୁ ସ୍ୱଚ୍ଛତା ନେଇ ମତରଖିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ନାୟକ ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନକୁମାର ଦ୍ୱିବେଦୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.