Home ଜିଲ୍ଲା ପରିକ୍ରମା ଜିଲ୍ଲା କାର୍ଯ୍ୟାଳୟରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୯ ଜଣ ଦୃଷ୍ଟିବାଧିତଙ୍କୁ ଲାପଟପ୍‌, ୧୩...

ଜିଲ୍ଲା କାର୍ଯ୍ୟାଳୟରେ ମାସର ପ୍ରଥମ ମିଳିତ ଜନଶୁଣାଣି ଶିବିର, ୧୯ ଜଣ ଦୃଷ୍ଟିବାଧିତଙ୍କୁ ଲାପଟପ୍‌, ୧୩ ଜଣଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ

4

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସବୁ ମାସ ପରି ଚଳିତ ଫେବୃୟାରୀ ମାସର ପ୍ରଥମ ସୋମବାରରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଏସ୍‌.ପି.ଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଓ ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି ଏହି ଶିବିରରେ ଯୋଗଦେଇ ସମୁଦାୟ ୧୭୮ ଟି ଅଭିଯୋଗର ଶୁଣାଣି କରିଛନ୍ତି । ସେଥି ମଧ୍ୟରେ ୧୬୬ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଓ ୧୨ଟି ସାମୂହିକ ସମସ୍ୟା ସମ୍ବନ୍ଧୀୟ ଥିଲା । ୫ଟି ଅଭିଯୋଗର ତତ୍‌କାଳ ସମାଧାନ କରାଯାଇଥିଲା । ସାମାଜିକ ସୁରକ୍ଷା ଯୋଜନାରେ +୨ ଶିକ୍ଷା ସମାପ୍ତ ପରେ ଉଚ୍ଚ ଶିକ୍ଷା ପାଇଁ ଅଧ୍ୟୟନ ଜାରି ରଖିଥିବା ୧୯ ଜଣ ଦୃଷ୍ଟି ବାଧିତକୁ ଲାପଟପ୍ ପ୍ରଦାନ ପାଇଁ ମଞ୍ଜୁର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ଏହି ଶିବିରରେ ଜିଲ୍ଲାପାଳ, ଏସ୍‌.ପି. ଓ ଅନ୍ୟ ଉଚ୍ଚ ଅଧିକାରୀମାନଙ୍କ ଠାରୁ ଲାପ୍‌ଟପ୍ ଗ୍ରହଣ କରିଥିଲେ । ସେହିପରି ସମୁଦାୟ ଅଭିଯୋଗ ମଧ୍ୟରେ ୧୩ ଜଣ ଆବେଦନକାରୀଙ୍କୁ ରେଡ଼କ୍ରସ ଓ ସି.ଏମ୍‌.ଆର.ଏଫ୍‌.ରୁ ସମୁଦାୟ ଏକଲକ୍ଷ ୬୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି । ସି.ଏମ୍‌.ଆର୍‌.ଏଫ୍ ରୁ ଆଦମ୍‌ପୁରର ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ଗୁଆମାଳର ବଳରାମ ବିଶ୍ୱାଳ, ବେତରାର କବିତା ପାଣିଗ୍ରାହୀଙ୍କୁ ୨୫ ହଜାର ଲେଖାଏଁ, କୁଆଁସର ରମେଶ ଚନ୍ଦ୍ର ମହାନ୍ତି, ରମ୍ଭିଳାର ହିମାଂଶୁ ସାମଲଙ୍କୁ ୧୫ ହଜାର ଲେଖାଏଁ ଏବଂ ଅଲାଲପୁରର ଜବିର ଖାଁ, ଭଣ୍ଡାରିପୋଖରୀର ଭାସ୍କର ରାଉତ, ବାଲି ପୋଖରୀର ଲକ୍ଷ୍ମୀ ପଣ୍ଡା, ବିନାୟକ ପୁରର ଲକ୍ଷ୍ମୀପ୍ରୀୟା ଦାସଙ୍କୁ ୧୦ ଜହାର ଲେଖାଏଁ ୯ ଜଣଙ୍କୁ ସମୁଦାୟ ୧ ଲକ୍ଷ ୪୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳ ମଞ୍ଜୁର କରିଛନ୍ତି ।

ସେହିପରି ରେଡ଼କ୍ରସ ପାଣ୍ଠିରୁ ମିର୍ଜାପୁରର ମୁନି ବିବିକୁ ୪ ହଜାର, ଚୁନିଦାର ବିଶ୍ୱନାଥ ବେହେରାଙ୍କୁ ୧୦ ହଜାର, ଧାମନଗରର ସତ୍ୟବ୍ରତ ନାୟକଙ୍କୁ ୩ ହଜାର, ଦେଉଳିର ଅର୍ଜୁନ ବେହେରାଙ୍କୁ ୩ ହଜାର ସମୁଦାୟ ୪ ଜଣଙ୍କୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ସି.ଡ଼ି.ଓ. ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର ଏହି ଶିବିରରେ ଯୋଗଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଏହି ଶିବିରରେ ଉପସ୍ଥିତ ରହି ଶୁଣାଣି ବେଳେ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ । ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ଏବଂ ତନ୍ମୟ କୁମାର ଜେନା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଏହି ଶିବିରରେ ଅଭିଯୋଗ ଉପସ୍ଥାପନାରେ ସହଯୋଗ କରିଥିଲେ । ସାଧାରଣ ଓ ବିବିଧ ବିଭାଗର ଅଭିନେତ୍ରୀ ମହାନ୍ତି ଓ ଲିସାରାଣୀ ରାଉତ ଅଭିଯୋଗ ପଞ୍ଜିକରଣରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.