Home ଜିଲ୍ଲା ପରିକ୍ରମା ଆରଏମ୍‌ସି ମାର୍କେଟ୍ ପାଖରୁ ନର କଙ୍କାଳ ଉଦ୍ଧାର

ଆରଏମ୍‌ସି ମାର୍କେଟ୍ ପାଖରୁ ନର କଙ୍କାଳ ଉଦ୍ଧାର

18

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ଆରଏମ୍‌ସି ମାର୍କେଟ୍ ରାସ୍ତା ପାଶ୍ୱର୍ ବୁଦାଳିଆ ସ୍ଥାନରୁ ଏକ ନର କଙ୍କାଳ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏ ସଂପର୍କରେ ପୁରୁଣାବଜାର ଥାନା ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ସାଇଣ୍ଟିଫିକ୍ ଟିମ୍ ଜରିଆରେ ମଣିଷର ଏକ ନର କଙ୍କାଳ, ଗୋଟିଏ ବ୍ୟାଗ୍‌, ପ୍ୟାଣ୍ଟସାର୍ଟ ଓ ଚପଲ ଉଦ୍ଧାର କରିଛି । ତେବେ ନରକଂକାଳ ପଡିଥିବା ସ୍ଥାନରେ ଥିବା ଏକ ଗଛରେ ଦଉଡିଟିଏ ଲାଗିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଭଦ୍ରକ ଚାନ୍ଦବାଲି ରାସ୍ତାରେ ଥିବା ଆରଏମ୍‌ସି ମାର୍କେଟ୍ ରାସ୍ତା ପାଶ୍ୱର୍ ବଣୁଆ ସ୍ଥାନକୁ କିଛି ଲୋକ ସକାଳୁ ସଫା କରୁଥିବାବେଳେ ସେଠାରେ ଏହି ନର କଂକାଳଟିକୁ ଦେଖି ପୁଲିସ୍‌କୁ ଖବର ଦେଇଥିଲେ । ପୁରୁଣାବଜାର ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.