Home କେନ୍ଦୁଝର ମନିପର୍ସ ଚୋରକୁ ବାନ୍ଧିଲେ ଲୋକେ

ମନିପର୍ସ ଚୋରକୁ ବାନ୍ଧିଲେ ଲୋକେ

34

ହାଟଡିହି, ୧୯ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ)କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ଜଣେ ମନିପର୍ସ ଚୋରକୁ ଗାଁ ଲୋକେ ବାନ୍ଧି ପକାଇଛନ୍ତି । ଦିନ ଦ୍ୱିପହରେ ଘରେ କେହି ନଥିବାର ସୁଯୋଗରେ ଏହି ଚୋର ଜଣକ ଘରେପସି ଏକ ମନିପର୍ସ ଚୋରି କରିବା ସହିତ ତା ଭିତରେ ଥିବା ପାଞ୍ଚଶହ ଟଙ୍କା, ହଳେ ପାଉଁଜି ଓ ହଳେ କାନଫୁଲ ଚୋରିକରି ନେଇଥିଲା ।
ଖବରରୁ ଜଣାଯାଇଛି ଯେ ଆନନ୍ଦପୁର ଥାନା ପଞ୍ଚୁଗୋଛିଆ ପଞ୍ଚାୟତ କଣ୍ଠିଆଡି ଗ୍ରାମର କୈଳାଶ ଯେନାଙ୍କ ଘରେ କେହି ନଥିବାବେଳେ ତାଙ୍କ ବୃଦ୍ଧା ମା ବାରଣ୍ଡାରେ ବସିଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କ ନିକଟରେ ପହଞ୍ଚି ପିଇବା ପାଇଁ ପାଣି ମାଗିଥିଲା । ବୃଦ୍ଧା ଜଣକ ଘର ଭିତରକୁ ପାଣି ଆଣିବାକୁ ଯିବାବେଳେ ବେଳେ ଚୋର ଜଣକ ତାଙ୍କ ପଛେ ପଛେ ଘର ଭିତରକୁ ଯାଇ ଆଲମିରାରେ ଥିବା ଏକ ମନିପର୍ସକୁ ନେଇ ପଳାଇଥିଲା । କିଛିସମୟ ପରେ କୈଳାଶଙ୍କ ପୁଅ ରୁଦ୍ରପ୍ରତାପ ଯେନା ଘରକୁ ଫେରିବାପରେ ତାଙ୍କ ମାଆ କେହିଜଣେ ଘର ଭିତରେ ପସିଥିବା କହିବାରୁ ରୁଦ୍ରର ସନ୍ଦେହ ହୋଇଥିଲା । ସେ ସଙ୍ଗେ ସଙ୍ଗେ ତାଙ୍କ ଭଉଣୀକୁ ଡକାଇ ଘର ତନଖି କରିବାରୁ ଆଲମିରା ଖୋଲାଥିବା ଦେଖିବାକୁ ପାଇଥିଲେ । ପରେ ଖୋଜବାରୁ ମନିପର୍ସଟି ଚୋରୀ ଯାଇଥିବା ଜଣାପଡିଥିଲା । ରୁଦ୍ର ସଙ୍ଗେ ସଙ୍ଗେ ଚାରିଆଡେ ଖୋଜାଖୋଜି କରିବାପରେ ତାକୁ ନିକଟସ୍ଥ ଜଳସରପୁର ଗାଁରେ ଠାବ କରିଥିଲା । ଗାଁ ଲୋକମାନେ ତାକୁ ଧରି ବାନ୍ଧିପକାଇ ପଚରା ଉଚୁରା କରିବାରୁ ସେ ସମସ୍ତ ବିଷୟ ମାନି ଯାଇଥିଲା । ପାଉଁଜିକୁ ଏକ ଗଛ କୋରଡରେ ଲୁଚାଇ ଥିବାବେଳେ ସୁନା କାନଫୁଲକୁ ଅନ୍ୟଜଣେ ବ୍ୟକ୍ତିକୁ ଦେଇଛି ଓ ୫୦୦ଟଙ୍କାକୁ ନିଜ ପକେଟରେ ଲୁଚାଇ ରଖିଥିବା କହିଥିଲା । ତା ଘର ରାମଚନ୍ଦ୍ରପୁର ଥାନା ଲୁଣିଆ ପାଟଣା ଓ ତାର ନାମ ବାବୁଲି ପଢ଼ିଆରି ବୋଲି କହିଥିଲା । ସେ ଏ ଅଞ୍ଚଳକୁ ପୁଜାପୁଜି କରିବାକୁ ଆସେ । ଯାହାର ପିଲାଛୁଆ ହୋଇ ନଥାଏ ତାର ପିଲାଛୁଆ ହେବାପାଇଁ ସେ ଅନେକ ଘରକୁ ପୁଜାର୍ଚ୍ଚନା କରିବାକୁ ଯାଏ ବୋଲି କହିଥିଲା । ଖବରପାଇ ଆନନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଜଣକୁ ଥାନାକୁ ନେଇ ପଚରା ଉଚୁରା ଚଳାଇଛନ୍ତି ।ଚୋରକୁ ବାନ୍ଧିବା ବେଳର ଭିଡିଓ ଏବେ ସବୁଆଡେ ଭାଇରାଲ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.