Home Top News ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ...

ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ପ୍ରକଳ୍ପ ସ୍ଥାନ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) – ୨୦୨୨ ମଧ୍ୟଭାଗ ଶୁଦ୍ଧା ଶେଷ କରିବା ଲକ୍ଷ୍ୟ

54

ଭୁବନେଶ୍ୱର, ୧୯-୦୧ (ଓଡ଼ିଆ ପୁଅ) ଆଜି ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T), ଶ୍ରୀ ଭି.କେ. ପାଣ୍ଡିଆନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀ ଆର୍ ଭିନିଲ କ୍ରିଷ୍ଣା ରାଉରକେଲା ଯାଇ ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସ୍ଥାନ ପରିଦର୍ଶନ କରିଥିଲେ। ୨୦୨୨ ମଧ୍ୟଭାଗ ସୁଦ୍ଧା ଏହାକୁ ସଂପୁର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ସୂଚନା ଯୋଗ୍ୟ ଯେ, ରାଉରକେଲାରେ ଏକ ଆନ୍ତର୍ଜାତିୟମାନର ହକି ଷ୍ଟାଡିୟମ ନିର୍ମାଣ କରାଯିବା ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ଘୋଷଣା କରିଥିଲେ। ଏହି ନୂଆ ଷ୍ଟାଡିୟମ ଜାନୁଆରୀ ୨୦୨୩ ରେ ଓଡିଶାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପ୍ ର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ହେବ ଏବଂ ଏଥିରେ ଏକା ସଂଗରେ କୋଡିଏ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରେବେ।

ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେପରି ବିଶ୍ବ ସ୍ତରୀୟ ଅନୁଭୁତି ପ୍ରଦାନ କରି ପାରିବ ତାକୁ ଦୃଷ୍ଟିରେ ରଖି ଏହାର ଡିଜାଇନ ପ୍ରସ୍ତୁତି କରାଯାଉଛି। ବିଶ୍ୱର ଅତ୍ୟାଧୁନିକ ଏବଂ ସମ୍ମନ୍ୱିତ ହକି ଷ୍ଟାଡିୟମ ଭାବେ ଏହାକୁ ଗଢିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ମୁଖ୍ୟ ପିଚ୍ ସହ ଫ୍ଲଡ ଲାଇଟ, ଅଭ୍ୟାସ ପିଚ୍, ଜିମ୍ hydro therapy, ମିଡ଼ିଆ କେନ୍ଦ୍ର, ବେତାର କେନ୍ଦ୍ର, ସହିତ ପାର୍କ ଏବଂ ଦର୍ଶକଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା ରହିବ।

ସୁନ୍ଦରଗଡ ଜିଲ୍ଲା ହକି ଖେଳାଳୀଙ୍କ ପାଇଁ ପ୍ରସିଦ୍ଧ। ଭାରତିୟ ହକିକୁ ସୁନ୍ଦରଗଡର ମହାନ ଅବଦାନ ପ୍ରତି ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ବିଶ୍ବସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଷ୍ଟାଡିୟମ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲାର ଏକ ପ୍ରମୁଖ ସ୍ଥାନରେ ପରିଣତ ହେବ। ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T) ଏହି ପ୍ରକଳ୍ପ ସଂପର୍କରେ କ୍ରୀଡ଼ା ବିଭାଗର ସ୍ବତନ୍ତ୍ର ସଚିବଙ୍କ ସହ ଆଲୋଚନା କରିଥିଲେ। ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ପ୍ରକଳ୍ପ ସଂପର୍କରେ ବିସ୍ତୃତ ଉପସ୍ଥାପନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.