Home କେନ୍ଦୁଝର ମୋରମ ବୋଝଇ ଟ୍ରାକ୍ଟର ଜବଦ

ମୋରମ ବୋଝଇ ଟ୍ରାକ୍ଟର ଜବଦ

18

ହାଟଡିହି, ୧୯ /୧- (ଓଡିଆପୁଅ / ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ପୁଲିସ ଚୋରଗଡିଆ ଛକ ନିକଟରୁ ଏକ ମୋରମ ବୋଝେଇ ଟ୍ରାକ୍ଟରକୁ ଜବଦ କରିଛି । ଆନନ୍ଦପୁର ତହସିଲ ଅଧିନସ୍ଥ ରଗୁଡି ନିକଟରୁ ଦୈନିକ ଶହଶହ ଟ୍ରିପ ମୋରମ ଖେଳାଯାଇ ବିଳମ୍ବିତ ରାତିରେ ବାହାରକୁ ଚୋରା ଚାଲାଣ ହେଉଥିବାବେଳେ ନନ୍ଦିପଦା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟ୍ରାକ୍ଟରକୁ ଜବଦ କରିଥିଲା । ପୁଲିସ ଗାଡି ଦେଖି ଆଉ ୩/୪ଟି ଟ୍ରାକ୍ଟର ଖସିଯିବାରେ ସମର୍ଥ ହୋଇଥିଲେ । ପୁଲିସ ଏହି ଟ୍ରାକ୍ଟରକୁ ଜବଦକରି ହାଟଡିହି ତହସିଲକୁ ଜିମା ଦେବାପରେ ତହସିଲ ପକ୍ଷରୁ ୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.