Home ଓଡ଼ିଶା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ପରଲୋକ

110

ବାଲେଶ୍ୱର ୧୭-୬ (ଓଡ଼ିଆ ପୁଅ) – ଉତ୍ତର ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକ ହୋଇଯାଇଛି।
– ଗତକିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ନଥିଲା।
– ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ କିଛି ମାସ ଧରି ଚିକିତ୍ସାଧୀନ ଥିଲେ।
– ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।
– ୨୦୧୯ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ସଦରରୁ ବିଧାୟକ ଭାବେ ବିଜେପି ଟିକଟରେ ନିର୍ବାଚିତ ହୋଇଥିଲେ।
– ଜଣେ ଲୋକପ୍ରିୟ ଓ ତୃଣମୂଳ ସ୍ତରର ନେତା ଭାବେ ବେଶ ପରିଚିତ ମଦନ ମୋହନ।
– ପୂର୍ବରୁ ରେମୁଣା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦର ଉପସଭାପତି ଥିଲେ।
– ତାଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବରିଷ୍ଠ ବିଜେପି ନେତା ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ବିଭିନ୍ନ ଦଳର ନେତୃବୃନ୍ଦମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।
– ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ହୋଇଛି।
– ୨୦୧୯ରେ ପ୍ରଥମ ଥର ପାଇଁ ବିଜେପି ଦଳ ପକ୍ଷରୁ ଟିକେଟ୍‌ ପାଇ ବିଧାୟକ ହୋଇଥିଲେ।
– ବାଲେଶ୍ୱର ସଦରରୁ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
– ଦେଢ଼ମାସ ହେବ ସେ ହୃଦରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ।
– ତାଙ୍କୁ ଗତ କିଛିଦନ ତଳେ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟରେ ଅନେକାଂଶ ସୁଧାର ଆସିବାରୁ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଥିଲା।
ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି।
– ମଦନଙ୍କ ବିୟୋଗ ରାଜ୍ୟ ବିଜେପି ପାଇଁ ଅପୁରଣୀୟ କ୍ଷତି ବୋଲି ବରିଷ୍ଠ ନେତାମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.