Home ଜିଲ୍ଲା ପରିକ୍ରମା ମଦ ଜବତ, ୩ ଗିରଫ

ମଦ ଜବତ, ୩ ଗିରଫ

28

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନଗୁଆଁ, ପାଟୁଳି, ମଞ୍ଜୁରୀରୋଡ, ନାଆମୀ, ତୋଟାସାହି, ବାରିକପୁର, ଅନନ୍ତପୁର ଆଦି ଅଞ୍ଚରୁ ଚୋରା ମଦ ଜବତ ହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନାଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ, କନେଷ୍ଟବଳ ରମେଶ ନାୟକ, ଅନବାଦିତ୍ୟ ବାରିକ, ଶିବ ପ୍ରସାଦ ସାହୁ, ସନ୍ଧ୍ୟାରାଣୀ ସେନାପତି, ଜେମାମଣି ଜାମୁଡା ପ୍ରମୁଖ ସଂପୃକ୍ତ ଅଞ୍ଚଳରୁ ୮୦ ଲିଟର ଦେଶୀ ଓ ୧୦ ଲିଟର ଆସ୍କା ଫର୍ଟି ମଦ ଜବତ କରିବା ସହ ଅଭିଯୁକ୍ତ ନାଆମୀ ଗ୍ରାମର ଅନନ୍ତ ଜେନା, ତୋଟାସାହି ଗ୍ରାମର ପବିତ୍ର ଜେନା, ତେଡଙ୍ଗା ଗ୍ରାମର ଲଦର ମୁଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.