Home ଓଡ଼ିଶା ମଦ୍ୟପ ବାପା ର କୁକର୍ମ,ମାନସିକ ବିକାର ଗସ୍ତ ଝିଅକୁ ଗର୍ଭବତୀ କରିବା ଅଭିଯୋଗରେ ଜେଲ ଗଲେ 

ମଦ୍ୟପ ବାପା ର କୁକର୍ମ,ମାନସିକ ବିକାର ଗସ୍ତ ଝିଅକୁ ଗର୍ଭବତୀ କରିବା ଅଭିଯୋଗରେ ଜେଲ ଗଲେ 

107

ମାଲକାନଗିରି,୧୨ା୧୦ (ଓଡିଆ ପୁଅ ) ଜଣେ ମଦ୍ୟପ ବାପା ନିଜ ଝିଅକୁ ଦୁଷ୍କର୍ମ କରିବା ପାଇଁ ଟିକିଏ ବି ପଛାଇ ନାହାନ୍ତି,ନିଜ ଜନ୍ମକଲା ଝିଅକୁ ବାରମ୍ବାର ଦୁଷ୍କର୍ମ ଓ ଗର୍ଭବତୀ କରିବା ଅଭିଯୋଗରେ ମଦ୍ୟପ ବାପା କୁ ପୁଲିସ ଗରିଫ କରି ଆଜି କୋର୍ଟ ଚଲାଣ କରିଛନ୍ତି । । ଏପରି ଅଭାବନୀୟ ଲଜ୍ୟାକର ଘଟଣା ଘଟିଛି ମାଲକାନଗିରି ଥାନା ଅଚଂଳରେ । ଥାନା ରେ ବାପା ନାମରେ ପୁଅ କରିଥିବା ଅଭିଯୋଗ ଅନୁଯାଇ ମାନସିକ ଅନଗ୍ରସର ୨୩ବର୍ଷିୟା ବିବାହିତା ଝିଅ କୁ ୫୫ବର୍ଷବୟସ୍କ ମଦ୍ୟପ ବାପା ବାରମ୍ବାର ଦୁଷ୍କର୍ମ କରି ତାକୁ ଗର୍ଭତୀ କରିବା ସହ ଗର୍ଭପାତ କରାଇବା ପରେ ଘଟଣା ପଦାକୁ ଆସିଥିଲା । ମାନସିକ ଅନଗ୍ରସର ଝିଅ କୁ ଜଣେ ମାନସିକ ଅନଗ୍ରସର ପୁଅ ସହିତ ଗତ ଦୁଇ ିବର୍ଷତଳେ ବିବାହ ଦେଇଥିଲେ ,ସେ ଯୁବକ କିଛି କାମଧନ୍ଧା କରୁନଥିବାରୁ ଝିଅକୁ ତାଙ୍କ ଘରୁ ନେଇ ଆସି ନିଜଘରେ ରଖିଥିଲେ ବାପା । ରାତିରେ ସବୁ ଶୋଇସାରିଲା ପରେ ମଦ୍ୟପାନ କରି ବାପା ଝିକୁ ଦୁଷ୍କର୍ମ କରୁଥିଲେ ପ୍ରତି ଦିନ ରାତ୍ରରେ, ଝିଅ ଏଥିରେ ବାଧା ଦେବାରୁ ତାକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ ।ଝିଅ ଟି ମାନସିକ ବିକାର ଗସ୍ତ ହୋଇଥିବାରୁ ଏହାକୁ ଗୁରୁତ୍ୱ ଦେଉନଥିଲା । ଝିଅଟି ୬ମାସର ଗର୍ଭବତୀ ହେବାରୁ ଧିରେ ଧିରେ ପେଟ ବଢୁ ଚାଲି ଥିଲା, ମା ଏହା ଦେଖି କାହା ପାପ ଗର୍ଭ ଧରିଛୁ ବୋଲି କହି ଝିଅକୁ ମାଡ ମାରିବାରୁ ସେ ବାପା ନାମ କହିଥିଲା ,ପରେ ଝିଅର ଗର୍ଭପାତ କରିଦିଆଯାଇ ଥିଲା । ପରିବାର ଲୋକେ ମଦ୍ୟପ ବାପା କୁ ଧିକାର କରିବାରୁ ମଦ୍ୟପ ବାପା ରାଗି ଯାଇ ନିଜ ସ୍ତ୍ରୀ ଓ ପୁଅକୁ ମାଡଧର କରି ଥିଲେ । ଏଥିରେ ପୁଅ ବାପା ଙ୍କ ନାମରେ ମାଲକାନଗରି ଥାନାରେ ଏତଲା ଦେଇଥିଲେ । ମାଲକାନଗରି ଥାନା ଅଧିକାରୀ ରାମପ୍ରସାଦ ନାଗ ଏଙି ଘଟଣାକୁ ଗୁରୁତ୍ୱ ଦେଇ ଅଭି ଯୁକ୍ତ ବାପା କୁ ଗିରଫ କରିଥିଲେ ।ପିଡିତା ଝିଅକୁ ଡାକ୍ତର ମାଇନାପରେ ପରିବାର କୁ ହସ୍ତାନ୍ତର କରିଦେଇଛନ୍ତି । ଏହି ଘଟଣାଟି ସ୍ପର୍ଶକାତର ହୋଇଥିବାରୁ ସବୁଦିଗ ପ୍ରତି ଗୁରୁତ୍ୱ ଦିଆ ଯାଇ ଟିକି ନିଖି ତଦନ୍ତ ପରେ ଅଭିଯୁକ୍ତ ପିତାଙ୍କୁ ଗିରଫ କରାଯାଇ ଆଜି କୋର୍ଟଚଲାଣ କରାଯାଇଛି,ଅଭି ଯୁକ୍ତ ମଦ ନିଶାରେ ଏପରି କରିଦେଇଥିବାର ପୁଲିସ ଆଗରେ ସ୍ୱାକାର କରିଥିବାର ଆଇଆଇସି ରାମପ୍ରସାଦ ନାଗ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.