Home କେନ୍ଦୁଝର ପଞ୍ଚାୟତ ସଂରକ୍ଷଣକୁ ନେଇ ଅସନ୍ତୋଷ, ଅଭିଯୋଗ କଲେ ସୋସୋ ପଞ୍ଚାୟତ ବାସୀ

ପଞ୍ଚାୟତ ସଂରକ୍ଷଣକୁ ନେଇ ଅସନ୍ତୋଷ, ଅଭିଯୋଗ କଲେ ସୋସୋ ପଞ୍ଚାୟତ ବାସୀ

41

ହାଟଡ଼ିହି-୧୨/୧୦ (ଓଡ଼ିଆପୁଅ । ବିକାଶ ବିଶ୍ୱାଳ  )ଆସନ୍ତା ପଂଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତିପର୍ବ। ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିବାପରେ ସବୁ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଲାଣି। ଅନ୍ୟ ପକ୍ଷରେ ଏହି ସଂରକ୍ଷଣ ତାଲିକାକୁ ନେଇ ବିଭିନ୍ନ ପଂଚାୟତରେ ଅସନ୍ତୋଷ ପ୍ରକାଶ ପାଇଛି। କେତେକ ପଂଚାୟତରେ ଅସାୟୀ ମାନେ ହତୋତ୍ସାହିତ ହୋଇ ପଡିଥିବା ବେଳେ ଆଉ କିଛି ସମର୍ଥକ ଯୋଗଡରେ ଲାଗିପଡିଲେଣି। ହାତଡ଼ିହି ବ୍ଲକ ସୋସୋ ପଂଚାୟତର ସରପଞ୍ଚ ପଦବୀକୁ ଅନୁସୂଚିତ ଜାତି ମହିଳା କରାଯାଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଆଜି କିଛି ବ୍ୟକ୍ତି ଏହାକୁ ପୁନ ସମୀକ୍ଷା ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ଜଣାଯାଇଛି। ପ୍ରଣବ ମହାନ୍ତି, ଶରତ ଚନ୍ଦ୍ର ନାୟକ, ଗଣେଶ୍ୱର ଭୂୟାଁ, ଅନାଦି ସିଂ, ସତ୍ୟନନ୍ଦ ରାଉଳ, ଗୌରାଙ୍ଗ ରାଉତ, ଶତ୍ରୁଘ୍ନ ରାଉତ ପ୍ରମୁଖ ଦୁଇ ହଜାରରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ ୨୦୦୨ରେ ସରପଞ୍ଚ ପଦବୀ ଅସଂରଖିତ ଥିବାବେଳେ ୨୦୦୭ରେ ଅନୁସୂଚିତ ଜାତି ମହିଳା, ୨୦୧୨ରେ ପଚୁଆବର୍ଗ, ୨୦୧୭ରେ ଅନୁସୂଚିତ ଜନଜାତି ମହିଳା ହୋଇଥିଲା। ଏହି ଆଧାରରେ ଏବେ ଅସଂରଖିତ ହେବାସ୍ଥଳେ ତାହାକୁ ଅନୁସୂଚିତ ଜାତି ମହିଳା କରାଯାଇଛି। ଏହା ଉଦେଶ୍ୟ ମୂଳକ ଭାବେ କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏହାର ତର୍ଜମା କରି ପୂନର୍ବିଚାର କରିବାକୁ ସେମାନେ ନିବେଦନ କରିଛନ୍ତି। ନଚେତ ଆଇନିର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.