Home ଓଡ଼ିଶା ମଦ୍ୟପ ବାପାର କାରନାମା ,ଭାତରେ ବିଷ ମିଶାଇ ପରିବାରକୁ ମାରିଦେବାର ଉଦ୍ୟମ,୫ ଅସୁସ୍ଥ

ମଦ୍ୟପ ବାପାର କାରନାମା ,ଭାତରେ ବିଷ ମିଶାଇ ପରିବାରକୁ ମାରିଦେବାର ଉଦ୍ୟମ,୫ ଅସୁସ୍ଥ

238

ମାଲକାନଗିରି,୧୬ା୬ (ଓଡିଆ ପୁଅ ) ଜଣେ ମଦ୍ୟପ ବାପା ସଇତାନ ସାଜି ଭାତରେ ବିଷ ମିଶାଇ ପରିବାରକୁ ମାରିଦେବା ଉଦ୍ୟମ କରି ଛନ୍ତି,ଏହି ବିଷ ମିଶା ଭାତଖାଇ ପରିବାରରୁ ୫ଜଣ ଅସୁସ୍ଥ ହୋଇ ହସପିଟଚାଲରେ ଚିକିତ୍ସିତ ହେଉଛନ୍ତି । ଏ ଭଳି ଅଭାବନୀୟ ଘଟଣା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାସ୍ଥ ମାଥଲି ଥାନାସ୍ଥ କାଳିଆନାୟକଗୁଡା ଗ୍ରାମରେ ଘଟିଛି । ସେହି ଗ୍ରାମର ନର୍ସିଙ୍ଗ ମାଝି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ କୁଲି ମଜୁରୀ ଲାଗିଲେ ପରିବାର ଚଳେ, ସେ ପ୍ରାୟସମୟରେ ମଦ୍ୟପାନ କରି ଘରେ କଳିଗୋଳ କରିଥାନ୍ତି ।ତାଙ୍କ ସ୍ତ୍ରୀ ଆକାଟ କଲେ ମଧ୍ୟ ସେ କିଛି ଶୁଣିନଥାନ୍ତି ।ଗତ କାଲି ରାତ୍ରରେ ନର୍ସିଙ୍ଗ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସି ଖାଇବାକୁ ମାଗିଥିଲେ । ତାଙ୍କ ପତ୍ନିକହିଥିଲେ ଭାତ ହୋଇଗଲାଣ ତରକାରି ହେଲେ ଖାଇବ, ନର୍ସିଙ୍ଗ ଏଥିରେ ରାଗି ଯାଇ ଘରେ ଥିବା କିଛି କିଟନାଶକ ଔଷଧ ଭାତରେ ପକାଇ ଦେଇ ବାହାରକୁ ପଳାଇଥିବାର ପରିବାର ସନ୍ଦେହ କରିଛନ୍ତି । ସେହି ଭାତକୁ ଖାଇ ପରିବାରର ୫ଜଣ ବାନ୍ତି କରି ଅଚେତ ହୋଇପଡିଥିଲେ ., ପାଖ ପଡିଶା ଏହା ଦେଖି ଆମ୍ବୁଲାନ୍ସ ଡାକି ସେମାନଙ୍କୁ ମାଥିଲି ହସପିଟାଲକୁ ନେଇ ଚିକିତ୍ସା କରିଛନ୍ତି ।ଏହି ୫ଜଣ ଙ୍କ ମଧ୍ୟରେ ପତ୍ନି ପୁଣ୍ଣ ର୍ୀମା ମାଝି(୪୫),ଝିଅ ସୁମିତ୍ରା ମାଝୀ(୧୫),ଗୌରୀ ମାଝୀ(୧୦),ପୁଅ ବାସୁ ମାଝୀ(୧୭),ଆଉଜଣେ ପଡିଶାଘର ପୁଅ ବନ୍ଧୁମାଝୀ(୧୦) ଗତ କାଲି ରାତ୍ର ଠାରୁ ମାଥିଲି ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜି ସକାଳେ ସେମାନଙ୍କ ଅବସ୍ଥାରେ ଉନ୍ନତି ଘଟିଥିବା ଓ ସେମାନେ ବିପଦ ମୁକ୍ତ ବୋଲି ଚିକିତ୍ସା କରୁଥିବା ଡାକ୍ତର ପ୍ରୀୟବ୍ରତ ଦାସ କହିଛନ୍ତି । ଏହି ଘଟଣାର ମାଥିଲି ଥାନାପୁଲିସ ତଦନ୍ତ ଆରମ୍ଭ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.