Home କେନ୍ଦୁଝର ୩ବର୍ଷ ହେଲା ପୋଲ ନିର୍ମାଣ ହେଉନି, ହନ୍ତସନ୍ତ ତେନ୍ତୁଲିପଦି ଗ୍ରାମବାସୀ

୩ବର୍ଷ ହେଲା ପୋଲ ନିର୍ମାଣ ହେଉନି, ହନ୍ତସନ୍ତ ତେନ୍ତୁଲିପଦି ଗ୍ରାମବାସୀ

29

ହାଟଡିହି, ୨୨ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଜଳସମ୍ପଦ ବିଭାଗ ଦୁର୍ନୀତୀର ଗନ୍ତାଘର ପାଲଟିଛି । ଯେଉଠି ବି ଯାହା ହେଉଛି ତୋର ଅଧେ କୁ ମୋର ଅଧେ ନୀତିରେ ହେଉଥିବାରୁ ସରକାରଙ୍କ କୋଟି କୋଟି ଟଙ୍କା ବାଟମାରଣା ହେଉଛି । ଠିକାଦାର କମ କାମ କରି ଅଧିକ ବିଲ ନେଇ ପଳାିବାପରେ ଆଉ ପୁରୁଣା କାମକୁ କରିବାର ନାଁ ଧରୁ ନାହାନ୍ତି । ଏପରି ଏକ ସମସ୍ୟାରେ ଛନ୍ଦି ହୋଇଯାିଛନ୍ତି ତେନ୍ତୁଲିପଦି ଗ୍ରାମବାସୀ । ଆନନ୍ଦପୁର ମେନ କେନାଲର ତେନ୍ତୁଲିପଦି ଗ୍ରାମ ନିକଟରେ ନିର୍ମାଣଧିନ ପୋଲଟି ଦୁଇବର୍ଷ ହେଲା ଅଧାପନ୍ତରିଆ ଭାବେ ପଡି ରହିଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ଖବରରୁ ଜଣାଯାଇଛି ଯେ ଜଳସମ୍ପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଆନନ୍ଦପୁର ମେନ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୁର୍ବରୁ ତେନ୍ତୁଲିପଦି ଗ୍ରାମ ନିକଟରେ କୌଣସି ପୋଲ ନଥିବାରୁ ଗ୍ରାମବାସୀମାନେ ପନ୍ଦାଡୋ କେନାଲ ପୋଲ ଦେଇ ବୁଲି ବୁଲି ଆସୁଥିଲେ । କେନାଲ ନିର୍ମାଣ ସମୟରେ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପିତ କରିବାପରେ ଓ ତତ୍‌କାଳୀନ ବିଧାୟକ ମାୟାଧର ଜେନାଙ୍କ ହସ୍ତକ୍ଷେପ ପରେ ଏଠରେ ଏକ ପୋଲ ନିର୍ମାଣ ପାଇଁ ମଞ୍ଜୁର କରାଯାଇଥିଲା । ସେହିଅନୁସାରେ କେନାଲ କାମ କରୁଥିବା ଠିକାସଂସ୍ଥା ଏମ.ଏସ.ଆଇ.ଏଲ ଏଠାରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାଶ କରିବା ସହିତ ପୋଲକାମ ଆରମ୍ଭ କରିଥିଲା । ଏମ.ଏସ.ଆଇ.ଏଲ ଠିକାସଂସ୍ଥା ଏହି ପୋଲକୁ ନିଜେ ନକରି ସ୍ଥାନୀୟ ଜଣେ ଠିକାଦାରଙ୍କୁ ଏହାର ଦାୟିତ୍ୱ ଅର୍ପଣ କରିôତଲା । ଠିକାଦାର ତୁରନ୍ତ କାମ ଆରମ୍ଭ କରି ପୋଲର ପିଲରଖୁଣ୍ଟି ଗୁଡିକୁ ତୁରନ୍ତ ନିର୍ମାଣ କରିଦେଇଥିଲା । ବର୍ଷେ ମଧ୍ୟରେ କାମ ଶେଷ ହୋଇଯିବାର ଗ୍ରାମବାସୀମାନେ ଆଶା ବାନ୍ଧିଥିବାବେଳେ ଠିକାଦାର ତିନିବର୍ଷ ହେଲା କେବଳ ପିଲର ନିର୍ମାଣ କରି କାମ ବନ୍ଦ କରିଦେବାରୁ ତେନ୍ତୁଲିପଦିର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷାଦିନେ ପାଣି ଭିତରେ ପସି ଯାତାୟତ କରିବା ସହିତ ସାଧାରଣ ଯାତ୍ରୀଟିଏ ଅନେକବାଟ ବୁଲି ଗାଁକୁ ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଜଳସମ୍ପଦ ବିଭାଗ ଅଧିକାରୀଙ୍କୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀମାନେ କହିଛନ୍ତି । ଯଦି ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏହି ପୋଲ ନିର୍ମାଣ କାର୍ଯ୍ୟକୁ ସମ୍ପୁର୍ଣ୍ଣ ନକରିନ୍ତି ତେବେ ଗ୍ରାମବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ପୁର୍ବରୁ ଗ୍ରାମବାସୀମାନେ ଜଳସମ୍ପଦ ସଚିବ, ୫ଟି- ସଚିବ, ମୁଖ୍ୟମନ୍ତ୍ରୀ, ଓ ଜଳସମ୍ପଦ ବିଭାଗର ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେହି ସେମାନଙ୍କ କଥା ଶୁଣିଲେନି । ଏ ସମ୍ପର୍କରେ ବିଭାଗୀୟ କନିଷ୍ଠଯନ୍ତ୍ରୀ ସେନାପତି ନାୟକଙ୍କୁ ପଚାରିବାରେ ସଂପୃକ୍ତ ଠିକାଦାର କରୁଥିବା କାମକୁ ବନ୍ଦ କରି ପଳାଇବାପରେ ଆମେ ଏହାର ବନ୍ଦ ସମ୍ପର୍କିତ ପ୍ରପୋଜାଲ ଲିଷ୍ଟ ପଠାଇଛୁ । ତାହା ଅନୁମୋଦିତ ହୋଇ ଆସିବାପରେ ପୁନର୍ବାର ଟେଣ୍ଡର କରାଯାଇ ବାକିଥିବା ସମସ୍ତ କାମ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.