Home ଜିଲ୍ଲା ପରିକ୍ରମା ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା ଚିନ୍ତାରେ ମତ୍ସ୍ୟଜିବୀ ପରିବାର, ପ୍ରଜନନ ସକାସେ ୨ ମାସ ପାଇଁ ସାମୁଦ୍ରୀକ...

ମତ୍ସ୍ୟଜିବୀଙ୍କୁ ସମୁଦ୍ର ମନା ଚିନ୍ତାରେ ମତ୍ସ୍ୟଜିବୀ ପରିବାର, ପ୍ରଜନନ ସକାସେ ୨ ମାସ ପାଇଁ ସାମୁଦ୍ରୀକ ମାଛଧରା ବନ୍ଦ

110

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମୁଦ୍ରୀକ ମାଛଙ୍କ ପ୍ରଜନନ ଋତୁ ଉପନୀତ ହୋଇଥିବା ହେତୁ ରାଜ୍ୟ ସରକାରଙ୍କ ମତ୍ସ୍ୟବିଭାଗ ପକ୍ଷରୁ ଚଳିତମାସ ୧୪ ତାରିଖ ଠାରୁ ଜୁନ ମାସ ୧୪ ତାରିଖ ପର୍ଯ୍ୟନ୍ତ ଦିର୍ଘ୍ୟ ଦୁଇମାସ ପାଇଁ ଗଭୀର ସମୁଦ୍ରରୁ ମାଛ ମାରିବା ଉପରେ କଟକଣା ଜାରି କରାଯାଇଛି । ଏହି ସମୟ ମଧ୍ରରେ ଗଭୀର ସମୁଦ୍ର ଅଥବା ଏହାର ପାଖ ଆଖ ଅଂଚଳରେ ମାଛ ଧରିବାକୁ ସଂପୁର୍ଣ୍ଣ ଭାବେ ବାରଣ କରାଯାଇଛି । ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ଯାହାକୁ ନେଇ ସାମୁଦ୍ରୀକ ମାଛ ଧରା ଏବଂ ଏହାର ବ୍ୟବସାୟ କରି ପେଟପାଟଣା କରୁଥିବା ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତି ବାସୁଦେବପୁର,ଧାମରା,କଶିଆ ଏବଂ ଚୁଡାମଣୀ ପ୍ରଭୁତି ଅଂଚଳର ହଜାର ହଜାର ମତ୍ସଜିବୀ ପରିବାର ଗଭିର ଚିନ୍ତା ପ୍ରକଟ କରିଛନ୍ତି । କେବଳ ମତ୍ସଜିବୀ ପରିବାର ନୁହଁନ୍ତି ଏହି ବ୍ୟବସାୟ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭର କରୁଥିବା ମାଛଧରା ଟ୍ରଲର,ଭୁଟୁଭୁଟି,ଲଂଚ,ମୋଟର ଚାଳିତ ବୋଟ ,ମାଛ ପରିବହନକାରୀ ସଂସ୍ଥା,ବର‘କଳ ଏବଂ ମାଛ ଗଦିରେ କାମ କରୁଥିବା ଶ୍ରମିକ ମାନେ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ପ୍ରକାଶ ପାଇଛି ।

ବିଶେଷଜ୍ଞ ମାନଙ୍କ ମତରେ ଏହି ସମୟରେ ମାଛମାନେ ସମୁହ ଅଣ୍ଡାଦାନ କରୁଥିବା ହେତୁ ସମୁଦ୍ରରେ ମାଛଧରା ଟ୍ରଲର,ବୋଟ,ଲଂଚ ଏବଂ ବୁଟୁବୁଟି ଗୁଡିକର ଚଳ ପ୍ରଚଳ ସେମାନଙ୍କ ବଂଶ ବିସ୍ତାରରେ ବାଧକ ସୃଷ୍ଟି କରିବାର ଆଶଙ୍କା ରହିଛି । ତେଣୁ ସାମୁଦ୍ରୀକ ମତ୍ସ୍ୟଙ୍କ ବଂଶ ବିସ୍ତାର ସକାସେ ଏହି ଦୁଇମାସ ସମୁଦ୍ରକୁ ଶାନ୍ତ ରଖିବା ଜରୁରୀ ମନେ କରାଯାଉଛି । ତେବେ ମତ୍ସ୍ୟଜିବୀ ମାନଙ୍କୁ ଏହି ସମୟରେ ସମୁଦ୍ରକୁ ଯିବା ବାରଣ କରାଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ମତ୍ସଜିବୀ ପରିବାର ଏବଂ ଏହା ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିର୍ଭରଶିଳ ହେଉଥିବା ଲୋକ ମାନଙ୍କ ଜୀବନ ଜୀବିକର କଥା ସରକାର ଭୁୁଲି ଯାଇଛନ୍ତି । ଏହି ଦୁଇମାସ ସେମାନ କିପରି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେଥିନେଇ ସରକାର କୌଣସି ବ୍ୟବସ୍ଥା ଘୋଷଣା କରି ନାହାନ୍ତି । ଗୋଟିଏ ପଟରେ କୋଭିଡ ଯୋଗୁ ଗତବର୍ଷ ସାଧାରଣ ଲୋକଙ୍କ ସହିତ ଏହି ମତ୍ସ୍ୟଜିବୀ ପରିବାରଙ୍କ ଜୀବନ ଜୀବିକା ଭୀଷଣଭାବେ ପ୍ରଭାବିତ ହୋଇଥିବା ବେଳେ ଅଂଟା ସଳଖୁଥିବା ଏହି ମତ୍ସ୍ୟଜିବୀ ପରିବାରଙ୍କ ସକାସେ ମାଛଧରା କଟକଣା ପୁଣି ଏକ ବିପତି ଆଣିଦେଇଛି । ସୁଚନା ଯୋଗ୍ୟ ଯେ ଭଦ୍ରକ ଜିଲ୍ଲାର ସମୁଦ୍ର ତଟବର୍ତି ବାସୁଦେବପୁର,ଚୂୁଡାମଣୀ,କଶିଆ,ଧାମରା ଏବଂ ପଢୁଆଁ ପ୍ରଭୁତି ସାମୁଦ୍ରୀକ ଇଲାକାରେ ମାଛଧରା ଟ୍ରଲର,ଭୁଟୁଭୁଟି,ଲଂଚ ଆଦି ମିଶାଇ ଅନ୍ୟୁନ ୫ ଶହରୁ ଉର୍ଦ୍ଧ ମାଛଧରା ବୋଟ ରହିଛି । ଯେଉଁଥିରେ ହଜାର ହଜାର ମତ୍ସ୍ୟଜିବୀ ପରିବାର ଏବଂ ବୋଟମାଲିକ କର୍ମଚାରୀ ଗଭୀର ସମୁଦ୍ରରୁ ମାଛମାରୀ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.