Home ଜିଲ୍ଲା ପରିକ୍ରମା ପାନୀୟଜଳ ଯୋଗାଣ ପାଇଁ ବିଜେପି ପକ୍ଷରୁ ଜିଲାପାଳ ଓ ନିର୍ବାହୀଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାନୀୟଜଳ ଯୋଗାଣ ପାଇଁ ବିଜେପି ପକ୍ଷରୁ ଜିଲାପାଳ ଓ ନିର୍ବାହୀଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

36

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ବାରଟି ୱାର୍ଡ ମଧ୍ୟରୁ ଛଅଟି ୱାର୍ଡର ନାରାୟଣପୁର, ରାମଚନ୍ଦ୍ରପୁର, ସଂପୋଇ, ନେଉଳିଆ, ଭୂତିଆ ଗ୍ରାମରେ ପାନୀୟ ଜଳସଙ୍କଟ ଦେଖାଦେଇଛି । ଏହି ଅଞ୍ଚଳର ପାୟ ପଚିଶ ଶହ ଗ୍ରାମବାସୀ ପାନୀୟ ଜଳ ଅଭାବରୁ ଦୀର୍ଘ ଏକମାସ ହେଲା ଅତ୍ୟନ୍ତ ଦୁସ୍ଥ ଅବସ୍ଥାରେ ଜୀବନ ଜୀଉଁଛନ୍ତି । ସରକାରଙ୍କ ପକ୍ଷରୁ ଉକ୍ତ ଗ୍ରାମଗୁଡିକରେ ଶହେରୁ ଉର୍ଦ୍ଧ ନଳକୂପ ଥିଲେ ମଧ୍ୟ ମରାମତି ଅଭାବରୁ ଅଧିକାଂଶ ଅକାମୀ ହୋଇପଡିଥିବା ବେଳେ ଆଉ କିଛି ଅତିକମ ଜଳସ୍ତରରେ ବସାଯାଇଥିବା ଯୋଗୁଁ ବ୍ୟବହାର ଉପଯୋଗୀ ଜଳ ଦେଉ ନାହିଁ । ଏହା ବାଦ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଜଳଯୋଗାଣ ନିମନ୍ତେ ବ୍ୟବହାର କରାଯାଇଥିବା ପାଇପ ଅତି ନିମ୍ନମାନର ହୋଇଥିବା ଯୋଗୁଁ ଏହା ସ୍ଥାନେ ସ୍ଥାନେ ଫାଟି ଯାଇ ପାଣିର ଅପଚୟ ହେଉଛି । ଯାହା ଦ୍ୱାରା ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହରେ ପାନୀୟ ଜଳ ପାଇଁ ଜନସାଧାରଣ ଡହଳବିକଳ ହେବା ସରକାରଙ୍କ ଉତ୍ତରଦାଇତ୍ୱ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବଦ୍ରୀନାରାୟଣ ଧଳଙ୍କ ପ୍ରଚେଷ୍ଟାରେ ଗତ ଏକ ସପ୍ତାହ ଧରି ପାନୀୟ ଜଳଯୋଗଣ କରୁଛନ୍ତି । ଏହା ସହ ବ୍ଲକ ଅଞ୍ଚଳ ବିଭିନ୍ନ ପଞ୍ଚାୟତରେ ôତବା ୨୬ଟି ଓଭର ହେଡ ପାନୀୟ ଜଳ ପ୍ରକଳ୍ପରୁ ମଧ୍ୟ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ପାନୀୟ ଜଳ ମିଳୁନାହିଁ । ଦଳର ନେତା ଶ୍ରୀ ଧଳଙ୍କ ନେତୃତ୍ୱରେ ପ୍ରଦ୍ୟୁମ୍ନ ସେନାପତି, ସତ୍ୟରଞ୍ଜନ ରାୟ, ପ୍ରହ୍ଲାଦ ସାହୁ, କଳ୍ପତରୁ ଜେନା, ଶରତ ସେନାପତି, ଜଗନ ଜେନା, ମନୋଜ ଘଡେଇ, ଜୟନ୍ତ ରାଉତ, ଅଜୟ ରାଉତ ପ୍ରମୁଖ ଜିଲ୍ଲାପାଳ ଜ୍ଞାନ ଦାସ ଓ ଜଳପରିମଳ ନିର୍ବାହୀ ଯନ୍ତ୍ରୀ ରାମକୃଷ୍ଣ ମିଶ୍ରଙ୍କୁ ପ୍ରଦାନ କରି ଓଭରହେଡ ପ୍ରକଳ୍ପଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରାଇ ପାନୀୟ ଜଳ ଯୋଗାଣ କରିବା; ମେଗା ପାନୀୟ ଜଳ ପ୍ରକଳ୍ପ ଏକମାସ ମଧ୍ୟରେ ଶେଷ କରିବା; ସମସ୍ତ ଅଚଳ ନଳକୂପଗୁଡିକର ମରାମତ କରିବା ସହ ଆବଶ୍ୟକସ୍ଥଳେ ଗଭୀର ନଳକୂପ ଖନନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.