Home ଜିଲ୍ଲା ପରିକ୍ରମା ଜନତା ସେବା କେନ୍ଦ୍ରର ବାର୍ଷିକ ସମ୍ମିଳନୀ

ଜନତା ସେବା କେନ୍ଦ୍ରର ବାର୍ଷିକ ସମ୍ମିଳନୀ

25

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ଡଗରାସାହି ସ୍ଥିତ ଜନତା ସେବା କେନ୍ଦ୍ରର ବାର୍ଷିକ ସମ୍ମିଳନୀ ଓ ବନ୍ଧୁ ମିଳନ ସେବା କେନ୍ଦ୍ର ସମ୍ମିଳନୀ ସଭାଗୃହରେ ବିଶ୍ୱନାଥ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ଉପଦେଷ୍ଟା ନିରାକାର ଜେନା, ସମ୍ପାଦକ ଲକ୍ଷ୍ମୀଧର ଦାସ ଉକ୍ତ ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସମସ୍ତ ବିଷୟ ସଭାରେ ଅବଗତ କରାଇଥିଲେ । ସେବା କେନ୍ଦ୍ରର ଜନହିତକର କାର୍ଯ୍ୟକୁ ସେବା ମନୋବୃତ୍ତିରେ କାର୍ଯ୍ୟକାରୀ କରିବାକୁ ମତବ୍ୟକ୍ତ କରିଥିଲେ । ସମ୍ମିଳନୀରେ ନଟବର ନୋଡ଼ାଲ ବିଦ୍ୟାଳୟକୁ ତାରିଣୀ ଷ୍ଟିଲ କମ୍ପାନୀ, ପୁନେ ପକ୍ଷରୁ ସନ୍ତୋଷ କୁମାର ଅଗ୍ରୱାଲ ୫ଲକ୍ଷ ଟଙ୍କା ମୋ ସ୍କୁଲ ଅଭିଯାନରେ ପ୍ରଦାନ କରିଥିବା କଥା ସଭାପତି ଶ୍ରୀ ଅଗ୍ରୱାଲ ଅବଗତ କରାିବା ସହିତ ଜନତା ସେବା କେନ୍ଦ୍ରର ସଦସ୍ୟମାନେ ଏହି ଅଭିଯାନେର ସାମିଲ ହୋଇ ସ୍କୁଲକୁ ଦାନ ଦେବାକୁ ପରାମର୍ଶ ଦେଇଥିଲେ । ଡଗରାସାହି ସନ୍ନିକଟ ରେଳ ଫାଟକ ଠାରେ ଏକ ଉଡ଼ନ୍ତାପୋଲ ନିର୍ମାଣ କରିବାକୁ ସେବା କେନ୍ଦ୍ର ପକ୍ଷରୁ ଇଷ୍ଟକୋଷ୍ଟ ରେଳବାଇର ଅଧିକାରୀମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସମ୍ମିଳନୀରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥି ନିମନ୍ତେ ପାଶ୍ୱର୍ବର୍ତ୍ତୀ ୬ ଗୋଟି ପଞ୍ଚାୟତର ଜନସାଧାରଣଙ୍କ ଦସ୍ତଖତ ସଂଗ୍ରହ କରିବାକୁ ନିଷ୍ପତି ନିଆଯାଇଥିଲା । ଆଗାମୀ ଦିନରେ ଏହି ସେବାକେନ୍ଦ୍ର ପକ୍ଷରୁ ବିଭିନ୍ନ ସେବା ମୂଳକ କାର୍ଯ୍ୟକୁ ଜିଲ୍ଲାବ୍ୟାପୀ କରାଯିବ ବୋଲି ସଭାପତି ଦେଇଥିବା ପ୍ରସ୍ତାବକୁ ସମସ୍ତ ସଦସ୍ୟ ଖୁସିର ସହ ଗ୍ରହଣ କରିଥିଲେ । ପରେ ବନ୍ଧୁ ମିଳନ କରାଯାଇ ସମସ୍ତ ସଦସ୍ୟ ଆଗାମୀ ଯୋଜନାର ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ସମ୍ମିଳନୀରେ ସେକ ଉମର ଅଲ୍ଲୀ, ରମେଶ ଚନ୍ଦ୍ର ମହାନ୍ତି, ପବନ ଶର୍ମା, ଶଶଧର ମହନୀ, ସୀତାକାନ୍ତ ଦାସ, ବାବୁଲାଲ ଦାସ, ମହେଶ ଗୁପ୍ତା, କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ରତ୍ନାକର ହାତୀ, ଅଙ୍କିତା ସାମଲ, ସୁଶାନ୍ତ ଚୌଧୁରୀ, ସୁବ୍ରତ ଦାସ, ପ୍ରମୋଦ ଛତାର, ଏସ.ମନ୍ମଥ ରାଓ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.