Home ଓଡ଼ିଶା ମତ୍ସଜୀବୀଙ୍କ ଦ୍ୱାରା କୁମ୍ଭିର ଉଦ୍ଧାର

ମତ୍ସଜୀବୀଙ୍କ ଦ୍ୱାରା କୁମ୍ଭିର ଉଦ୍ଧାର

48

ବାହାନଗା,୧୬ା୧୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆରୁହାବାଡ଼ ପଞ୍ଚାୟତର ରୂପଖଣ୍ଡ ଗ୍ରାମର ବାରୁଣୀ ପୀଠରୁ ଏକ ୫ଫୂଟର କୁମ୍ଭିର ମତ୍ସଜୀବୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଆରୁହାବାଡ଼ ଅଞ୍ଚଳର ରାମଚନ୍ଦ୍ର ମଲ୍ଲିକ ଓ ତାଙ୍କ ସହଯୋଗୀ ସୋମବାର ସକାଳେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଉଥିବା ସମୟରେ ବାରୁଣୀ ପଠାରେ କୁମ୍ଭିରଟିକୁ ଦେଖିବାକୁ ପାଇଥିଲେ । ଫଳରେ ତାକୁ ସୁରକ୍ଷିତ ଅବସ୍ଥାରେ ବାନ୍ଧି ଆଣି ଆରୁହାବାଡ଼ ଛକରେ ରଖି ବନବିଭାଗକୁ ଖବର ଦେଇଥିଲେ । ବନବଜଭାଗ କର୍ମଚାରୀ ସୁରମା ମଞ୍ଜରୀ ଦାଶ ଘଟଣା ସ୍ଥଳରେ ପହଞ୍ଚି କୁମ୍ଭିରକୁ ବାଲେଶ୍ୱର ନେଇ ଯାଇଥିଲୋ ସେଠାରେ ତାର ଚିକିତ୍ସା କରାଯାଇ ବନବିଭାର ଉପରିସ୍ଥ ଅଫିସର ମାନଙ୍କ ନିର୍ଦ୍ଦେଶରେ କେଉଁଠିକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.