Home ଓଡ଼ିଶା ମଣ୍ଡି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗେଇ ଆସିଲେ ଜୟ କୋଶଲ ସଂଗଠନ

ମଣ୍ଡି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗେଇ ଆସିଲେ ଜୟ କୋଶଲ ସଂଗଠନ

30

ବଲାଙ୍ଗୀର, ୧୫-୧୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ବେଲପଡ଼ା ବ୍ଲକରେ ମଣ୍ଡି ବ୍ୟବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ଅଣ୍ଟା ଭିଡ଼ିଛି ଜୟ କୋଶଲ କୃଷକ ସଙ୍ଗଠନ। ପଞ୍ଚାୟତ ପଞ୍ଚାୟତ ବୁଲି ଚାଷୀଙ୍କୁ ସଙ୍ଗଠିତ କରିବା ସହିତ ସଚେତନ କରୁଛି ଏହି ସଙ୍ଗଠନ। ଏହି କ୍ରମରେ ଆଜି ଏକ ପଞ୍ଚାୟତ ସ୍ତରିୟ ବୈଠକ ଧୁମାଭଟା ସ୍ଥିତ ଗୋରୁ ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡି ବ୍ୟବସ୍ଥାରେ କେବଳ ୧୦ % ଚାଷୀ ଉପକୃତ ହେଉଥିବା ବେଳେ ଅନ୍ୟ ଚାଷୀମାନେ ଦଲାଲ ହାତରେ ନିଜର ପରିଶ୍ରମିକକୁ ଟେକି ଦେଇଥାନ୍ତି। ଏଣୁ ସମସ୍ତ ଚାଷୀ କେମିତି ମଣ୍ଡି ବ୍ୟବସ୍ଥାର ଫାଇଦା ଉଠାଇ ପାରିବେ ସେନେଇ ସଙ୍ଗଠନ କାର୍ଯ୍ୟ ଆରମ୍ଭ କରିଛି ବୋଲି ଚାଷୀନେତା ବିନୋଦ ମଲ୍ଲିକ କହିଛନ୍ତି। ଆହୁରି କିଛି ମଣ୍ଡିମାନଙ୍କରେ ଚାଷୀମାନଙ୍କୁ ହଇରାଣ କରାଯାଉଛି। କଟଣି ଛଟଣି ନାଁରେ ଚାଷୀଙ୍କୁ ଲୁଟ୍ କରାଯାଉଛି। ଏଣୁ ଆଗାମୀ ଦିନରେ ଏହା ବିରୋଧରେ ଏକଜୁଟ୍ ହେବାକୁ ଆହ୍ୱାନ କରିଛି ସଙ୍ଗଠନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.