Home ଜିଲ୍ଲା ପରିକ୍ରମା ପ୍ରସୂତି ମହିଳାଙ୍କୁ ମିଳୁନି ଅଲ୍ଟ୍ରାସାଉଣ୍ଡ ସୁବିଧା, ଜେନେରେଟର ବ୍ୟବସ୍ଥା ଆଦି ସମସ୍ୟା ନେଇ ଜନସେବା ଓ...

ପ୍ରସୂତି ମହିଳାଙ୍କୁ ମିଳୁନି ଅଲ୍ଟ୍ରାସାଉଣ୍ଡ ସୁବିଧା, ଜେନେରେଟର ବ୍ୟବସ୍ଥା ଆଦି ସମସ୍ୟା ନେଇ ଜନସେବା ଓ ରକ୍ତଦାତା ସଙ୍ଘର ଜରୁରୀ ବୈଠକ ଅନୁଷ୍ଠିତ

53

ବଲାଙ୍ଗୀର, ୧୫-୧୧ : (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ ଡିଭିଜନାଲ ସରକାରୀ ଡାକ୍ତରଖାନାରେ ବିଦ୍ୟୁତ କାଟ ଯୋଗୁଁ ସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶାର ଶିକାର ହେଉଛନ୍ତି। ଏ ନେଇ ଆଜି ଟିଟିଲାଗଡ଼ ଖଜୁରପଡା ସ୍ଥିତ ସବକମିଟି କାର୍ଯ୍ୟାଳୟରେ ଜନସେବା ସଙ୍ଘ ଓ ରକ୍ତଦାତା ସଙ୍ଘର ଏକ ଗୁରୁତ୍ୱପୂର୍ଣ୍ଣ ସଭା ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଅନୁଯାୟୀ ଏହି ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଦୀର୍ଘ ଦିନ ଧରି ଲାଗି ରହିଥିବା ବେଳେ ଇତି ମଧ୍ୟରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ମାତ୍ର କିଛି ଦିନ ହେବ ଯୋଗଦେଇ ଅନେକ ଆବଶ୍ୟକୀୟ ସୁବିଧା ବ୍ୟବସ୍ଥା ସହ ବେରିଗେଟ ବ୍ୟବସ୍ଥା ସହ ଆବଶ୍ୟକ ଭର୍ତ୍ତି ରୋଗୀ ରହିବା ଓ ରୋଗୀ ଆତ୍ମୀୟଙ୍କ ପାଇଁ ବିଶ୍ରାମ କକ୍ଷ ତଥା ସିକ୍ୟୁରୀଟି ବ୍ୟବସ୍ଥା, ଦଲାଲ ସମସ୍ୟା ଚୋରି ପରି ଘଟଣା ଉପରେ ନିୟନ୍ତ୍ରଣ କରି ପରିଚାଳନା ଗତ ଦକ୍ଷତା ଦର୍ଶାଇ ପାରିଛନ୍ତି। ବିଭିନ୍ନ ଡାକ୍ତର ପଦବୀ ମାନ ଖାଲି ପଡିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ସୂଚନା ଦେଇଛନ୍ତି। ସେହିପରି କର୍ମଚାରୀ ଅଭାବ ଯୋଗୁଁ ବିଜୁଳି ନ ରହିବା ଓ ଏଠି ବିଜୁଳି ହଠାତ ଚାଲିଗଲେ ସାଧାରଣ ବେଶ ହଟହଟା ହେବା ଦେଖାଯାଉଛି। ଏପରି କି ଜେନେରେଟର କାର୍ଯ୍ୟକ୍ଷମ ନ ଥିବା ଯୋଗୁଁ ରକ୍ତଭଣ୍ଡାର ଓ ଅସ୍ତ୍ରୋପଚାର ମୋବାଇଲ ଲାଇଟ ରେ କରିବା ସ୍ଥିତି ନିୟମିତ ଲାଗି ରହିଛି। ବିଶେଷ କରି ରକ୍ତ ଭଣ୍ଡାର ଓ ଅସ୍ତ୍ରୋପଚାର କକ୍ଷରେ ତଥା ରୋଗୀ ଭର୍ତ୍ତି ଥିବା କକ୍ଷ ଗୁଡ଼ିକରେ ଅକଥନୀୟ ସ୍ଥିତି ସୃଷ୍ଟି ହେଉଛି। ଆଖ, ପାଖ ଅଞ୍ଚଳର ପ୍ରାୟ ୩ଶହ ରୁ ୪ଶହ ଗ୍ରାମର ଗ୍ରାମବାସୀ ତଥା କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା, ସଇଁତଲା, ସିନ୍ଧେକେଲା, ବେଲଗାଁ ଓ କଳାହାଣ୍ଡି ଜିଲ୍ଲାର ଅନେକ ସାଧାରଣ ଲୋକେ ନିର୍ଭରଶୀଳ ଅଛନ୍ତି। ମାତ୍ରାଧିକ ସଂଖ୍ୟକ ପ୍ରସୂତି ମହିଳା ଗୁରୁତର ଅବସ୍ଥାରେ ଅନ୍ୟ ମୁଖ୍ୟ ଚିକିତ୍ସାଳୟରୁ ଗମ୍ଭୀର ସ୍ଥିତିରେ ଏହି ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇ ଆସିଥାନ୍ତି। ଏହି ବିଜୁଳି ସମସ୍ୟା ଯୋଗୁଁ ଡାକ୍ତର ଠୁଁ ନେଇ କର୍ମଚାରୀ ସମସ୍ତେ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏହି ଗୁରୁତର ସମସ୍ୟାର ସମାଧାନ ନିମନ୍ତେ ବଲାଙ୍ଗୀର ଜନସେବା ସଙ୍ଘ ତରଫରୁ ଜିଲ୍ଲା ପାଳ ଓ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ, ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ନିକଟକୁ ଦାବି ପତ୍ର ପ୍ରେରଣ କରାଯାଇଛି। ଉକ୍ତ ଦାବି ପତ୍ର ରେ ପ୍ରସୂତି ମହିଳାଙ୍କୁ ସ୍ୱତନ୍ତ୍ର ଅଲ୍ଟ୍ରାସାଉଣ୍ଡ ବ୍ୟବସ୍ଥା ଅଲ୍ଟ୍ରାସାଉଣ୍ଡ ଡାକ୍ତର ଖାନାରେ ମାତ୍ର ଗୋଟିଏ ଥିବା ବେଳେ ସରକାରୀ ଭାବେ ଆବଶ୍ୟକ ଅନୁଯାୟୀ ବ୍ୟବସ୍ଥା କରାଯିବା ଉଲ୍ଲେଖ ରହିଛି। ଏହି ଗରୀବ ପ୍ରସୂତି ମହିଳା ଘରୋଇ କ୍ଲିନିକ ଉପରେ ବାଧ୍ୟ ହୋଇ୪୦୦ ରୁ ୫୦୦ ଶହ ଟଙ୍କା ଖର୍ଚ୍ଚ କରି ନିଜ ପରୀକ୍ଷା କରାଉଛନ୍ତି। ସେହିପରି ଡାକ୍ତର ଖାନାରେ ଉକ୍ତ ସୁବିଧା ନ ଥିବାରୁ ସରକାରୀ ଭାବେ ବଲାଙ୍ଗୀରକୁ ଯାଇ ମାଗଣାରେ ଅଲ୍ଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦିଆଯାଉଛି। ଏହି ଡାକ୍ତର ଖାନା ର ମୁଖ୍ୟ ଗୁରୁତର ଆବଶ୍ୟକତା ଯଥାଶୀଘ୍ର ପ୍ରଶାସନ ତରଫରୁ ସମାଧାନ କରିବା ନିମନ୍ତେ ଦାବି ହୋଇଛି। ଜନସେବା ସଙ୍ଘ ଜିଲ୍ଲା ସଭାପତି ଲମ୍ବୁଧର ଛାତ୍ରୀଆ, ଉପ ସଭାପତି ସତ୍ୟଜିତ ଷଡଙ୍ଗୀ, ତଥା କାର୍ଯ୍ୟକାରୀ କମିଟି ସଦସ୍ୟ ବାଳକୃଷ୍ଣ ମିଶ୍ର ତଥା ଜିଲ୍ଲା ରକ୍ତଦାତା ସଙ୍ଘ ଉପଦେଷ୍ଟା ଶ୍ରୀକାନ୍ତ କୁମାର ସାହୁ, ଅରୁଣ କୁମାର ମିଶ୍ର, ପିଙ୍କୁ ରାଜ ବହିଦାର, ଲିଙ୍ଗରାଜ ଦୀପ, ବିବେକାନନ୍ଦ ବିଶି ତଥା ଅନେକ ସ୍ବେଚ୍ଛାସେବୀ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.