Home ଜିଲ୍ଲା ପରିକ୍ରମା ମଣ୍ଡିରୁ ଧାନ ଉଠାଇବା ଦାବିନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ଆନ୍ଦୋଳ କଲେ...

ମଣ୍ଡିରୁ ଧାନ ଉଠାଇବା ଦାବିନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ଆନ୍ଦୋଳ କଲେ ଚାଷୀ

169

ମାଲକାନଗିରି,୨୦ ।୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଲାଗିରହିଥିବା ଅବ୍ୟବସ୍ଥା,ଚାଷୀଙ୍କୁ ଠିକଭାବେ ଟୋକନ ଦିଆନଯିବା ଓ ମଣ୍ଡିରୁ ଚାଷୀମାନଙ୍କ ଠାରୁ ଧାନକ୍ରୟ କରାଯାଉ ନଥିବାରୁ ଆଜି ସକାଳେ ଜିଲ୍ଲାର ବିଭିନ୍ନ ଅଚଂଳରୁ ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ଆନ୍ଦୋଳନ କରିଛନ୍ତି । ସୁଚନା ଯୋଗ୍ୟ ଯେ ମାଲକାନଗିରି ଜିଲ୍ଲା ର ୬୨ଟି ଧାନମଣ୍ଡିରେ ଲାଗରହିଥିବା ଅବ୍ୟବସ୍ଥା ଓ ଚାଷୀମାନଙ୍କ ଧନ କିଣା ନ ଯିବା ଯୋଗୁ ଗତ୮ତାରିଖରେ ଜିଲ୍ଲାକୃଷକ ମହାସଂଘ ଓ ଶତାଧିକ ଚାଷୀ ମାଲକାନଗିରି ଜିଲ୍ଲାସଦର ମହକୁମା ଡିଏନକେ ଛକ ମାଲକାନଗିରି କାଲିମେଳା ମୁଖ୍ୟରାଜପଥ ନିକଟରେ ଶହ ଶହ ଧାନବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କରିଥିଲେ । ୭ତାରିଖ ମଧ୍ୟରେ ମଣ୍ଡିରୁ ଚାଷୀମାନଙ୍କ ଧାନ ଉଠାଯିବ ବୋଲି ପ୍ରଶାସନିକ ଅଧିକାରୀଙ୍କ ଲିଖିତ ପ୍ରତିସୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା । ହେଲେ ୭ତାରିଖ ପାର ହୋଇ ୮ତାରିଖ ହୋଇଥିଲେ ମଧ୍ୟ କୌଣସି ମଣ୍ଡିରୁ ଧାନ ଉଠାଯାଇ ନଥିବା ଓ ଚାଷୀ ମାନଙ୍କୁ ବଳକା ଟୋକନ ଇସୁ କରାଯାଇ ନଥିବାରୁ ଆଜି ସକାଳେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମୀ ଙ୍କ ନେତୃତ୍ୱରେ ବିଭିନ୍ନ ଅଚଂଳର ଶତାଧିକ ଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ଦୁଇଟି ମୁଖ୍ୟପାଠକ ରେ ଶହ ଶହ ଧାନବସ୍ତା ରଖି ଧାରଣାରେ ବସିଛନ୍ତି । ଏ ସଂପର୍କରେ ପୁଲିସ ଖବର ପାଇଲା ପରେ ମାଲକାନଗିର ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ପୁଲିସ ସଦଳବଳ ଯାଇ ଘଟଣାସ୍ଥଳରେ ପହଁଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଆନ୍ଦୋଳନ ପ୍ରତ୍ୟାହର କରିବାପାଇଁ ବୁଝାଇବାରୁ ଆନ୍ଦୋଳନ କାରି ଚାଷୀ ମାନେ କହିଥିଲେ ମଣ୍ଡିରୁ ଧାନ ଉଠାଇବା ପାଇଁ ବ୍ୟବସ୍ଥା କଲେ ହିଁ ଆନ୍ଦୋଳନ ପ୍ରତ୍ୟାହର ହେବ । ଜିଲ୍ଲାର ୬୨ଟି ଧାନମଣ୍ଡରେ ଧାନକ୍ରୟ କରିବାପାଇଁ ୧୧ଲକ୍ଷ୩୦ହଜାର କ୍ୱିଟାଂଲ ଧାର୍ଯ୍ୟ ଥିବା ବେଳେ ସେଥିମଧ୍ୟରୁ ୧୦ ଲକ୍ଷ ୩୦ହଜାର କି୍ୱଟାଂଲ ଧାନ ଚାଷୀମାନଙ୍କ ଠାରୁ କ୍ରୟ ହୋଇସାରିଛି,ତେବେ ବଳକା ୧ଲକ୍ଷ କ୍ୱିଟାଂଲ ଧନ କିଣିବା ପାଇଁ ଏ ପଯ ର୍୍ୟନ୍ତ ଚାଷୀମାନଙ୍କୁ ଟୋକନ ଦିଆ ଯାଇନାହିଁ । ଜିଲ୍ଲାର ୬୨ଟି ଧାନ ମଣ୍ଡିରେ ଓ ଚାଷୀମାନଙ୍କ ନିକଟରେ ପ୍ରାୟ ୯ଶହ କ୍ୱିଟାଂଲ ଧାନ ପଡିରହିଥିଲେ ମଧ୍ୟ କେହି ମିଲର ଉଠାଉ ନହାଁନ୍ତି,ଅନେକ ଚାଷୀଙ୍କୁ ଟୋକନ ମିଳିନଥିବା ଓ ଟୋକନ ପାଇଥିବା ଚାଷୀ ମାନେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ରଖି ଜଗିରିହଲେ ମଧ୍ୟ ସେମାନଙ୍କ ଧାନକୁ ମିଲର ମାନେ ନ ଉଠାଇବାରୁ ଧାନ ଗୁଡିକ ଶୁଖି ଯାଉଛି ତ ଗାଇ ଗୋରୁ ସେଗୁଡିକ ଖାଇଦେଉଛନ୍ତି । ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ଭଲ ଧାନ ଅମଳ ହୋଇଥିବାବେଳେ ମଣ୍ଡିରେ ପ୍ରତିଚାଷୀଙ୍କ ଠାରୁ ମାତ୍ର ୩୦କ୍ୟୁଟାଂଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଇଥିବାରୁ ଚାଷୀ ମାନେ ବହୁତ ଅସୁବିଧା ରେ ପଡୁଛନ୍ତି, ତୁରନ୍ତ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ବଢାଇବା,ଚାଷୀମାନଙ୍କୁ ଭେଣ୍ଡର ରସିଦ ଦେବା,ଗନି ବସ୍ତା ର ପଇସା ଦେବା, ଚାଷିଙ୍କ ଧାନ ବିକ୍ରୟ ଟଙ୍କା ତୁରନ୍ତ ଦେବା ଦାବିକରି ଶତାଧିକ ଚାଷୀମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧନବସ୍ତା ରଖି ଆନ୍ଦୋଳନ କରିଛନ୍ତି । ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ ଙ୍କ ସହିତ ସପନରାୟ,ଦେବି ମାଢୀ,ନାରାୟଣ ମଣ୍ଡଳ,ଦୁତିକା ମାଡକାମୀ,ସମିର ମିସ୍ତ୍ରୀ,କ୍ରିଷ୍ଣାମାଡକାମି,ଶ୍ରୀଧର ହାଲଦାର,କାର୍ତିକ ଦେଓ ପ୍ରମୁଖ ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନବସ୍ତା ରଖି ଧାରଣାରେ ବସିଥିଲେ । ସହକାରୀ ଜିଲ୍ଲାଯୋଗାଣ ଅଧିକାରୀ ମନୋଜକୁମାର ପ୍ରଧାନ ଆନ୍ଦୋଳନ କାରୀଙ୍କ ନିକଟରେ ପହଁଚି ଚାଷୀଙ୍କୁ ଟୋକନ ଇସୁ କରାଯାଇ ଆଜି ମଣ୍ଡରୁ ଧାନଉଠା ଚାଲିଛି ଆନ୍ଦୋଳନ ପ୍ରତ୍ୟାହର କରନ୍ତୁ ବୋଲି ବୁଝାଇବାରୁ ସମସ୍ତ ମଣ୍ଡିରୁ ଧାନ ଉଠାଯିବା ସହିତ ଚାଷୀମାନଙ୍କ ନିକଟରେ ଥିବା ଧାନକୁ କ୍ରୟ କରାଗଲେ ଧାରଣା ପ୍ରତ୍ୟାହର ହେବ ବୋଲି ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀ ପଡିଆମି କହି ତାଙ୍କୁ ଫେରାଇଦେଇଥିଲେ । ଆଜି ରାତ୍ର ୮ଟା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହରକରା ନ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମିତି ଚାଷୀ ମାନେ ଧାନବସ୍ତା ରଖି ଧରାଣରେ ବସିଥିବାର ଜଣାପଡିଛି । ଚାଷୀ ଙ୍କୁ ଟୋକନ ଇସୁକରି ମଣ୍ଡିରୁ ଧାନ ଉଠାଯିବା ପରେ ଆନ୍ଦୋଳନ ପ୍ରତ୍ୟାହର କରାଯିବା ବୋଲି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପଡିଆମୀ କହିଛନ୍ତି । ଏ ସଂପର୍କରେ ଉପଜିଲ୍ଲାପାଳ ତଥା ଜିଲ୍ଲାଯୋଗଣ ଅଧିକାରୀ ଦାଇତ୍ୱରେ ଥିବା ରାମେଶ୍ୱର ପ୍ରଧାନଙ୍କ ପ୍ରତିକ୍ରୟୀ ନେଇଥିଲୁ ,ସେକହିଥିଲେ ଜିଲ୍ଲାର ଚାଷୀମାନଙ୍କ ସମସ୍ୟ କଥା ଜିଲ୍ଲାପ୍ରଶାସନ ରାଜ୍ୟ ସରକାରଙ୍କୁ ଅବଗତ କରିବା ପରେ ଗତ କାଲିରାତ୍ରରେ ଅନେକ ଚାଷୀଙ୍କର ଟୋକନ ଇସୁ ହୋଇଯାଇଛି, ଆଜି ସକାଳୁ ବିଭିନ୍ନ ମଣ୍ଡିରୁ ଚାଷୀମାନଙ୍କ ଧାନ ଉଠାଚାଲିଛି,ଆସନ୍ତା ଦୁଇ ତିନିଦିନ ମଧ୍ୟରେ ସମସ୍ତ ମଣ୍ଡିରୁ ଧାନ ଉଠାଇ ନିଆଯିବ । ଜିଲ୍ଲାରେ କୌଣସି ଚାଷୀଯେପରି ହଇରାଣ ନହୁଅନ୍ତି ସେଥିପ୍ରତି ଗୁରୁତ୍ୱ ଦିଆ ଯିବ ବୋଲି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.