Home ଓଡ଼ିଶା ଯୋଡା – ସାମ୍ବାଦିକଙ୍କ ଘରୁ ଚୋରି, ପୁଲିସ ନିରବ ଦ୍ରଷ୍ଟା

ଯୋଡା – ସାମ୍ବାଦିକଙ୍କ ଘରୁ ଚୋରି, ପୁଲିସ ନିରବ ଦ୍ରଷ୍ଟା

119

ଯୋଡା – ୨୦/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତିର ପଣଶଗାଡା ବସ୍ତିରେ ରହୁଥିବା ସାମ୍ବାଦିକ ରମେଶ୍ୱର ଚନ୍ଦ୍ର ମହାପାତ୍ରଙ୍କ ଘର ତାଲା ଭାଙ୍ଗି କୌଣସି ଦୁର୍ବୁତ୍ତ ଏକ ନୁଆ ହୋଣ୍ଡା ସାଇନ ମୋଟରସାଇକେଲ ନଂ. ଓଡି-୦୯କେ-୩୦୪୧ ଏବଂ ନଗଦ ୫ହଜାର ୬ଶହ ଟଙ୍କା ଚୋରି କରିନେଇଥିବା ଜଣାପଡିଛି । ତେବେ ଶ୍ରୀ ମହାପାତ୍ର ଅନ୍ୟଏକ କୋଠରୀରେ ସୋଇଥିବା ବେଳେ ସକାଳୁ ତାଲା ଭଙ୍ଗା ହୋଇଥିବା ଦେଖିଥିଲେ । ଏ ସଂକ୍ରାନ୍ତରେ ସେ ଯୋଡା ଥାନାରେ ଏକ ଲିଖିତ ଏତଲା ଦାୟର କରିଥିବା ବେଳେ ପୁଲିସ ଏତଲା ରଖି କୌଣସି ତତ୍ପରତା ଦେଖାଇନଥିବା ବେଳେ ଏ ନେଇ ସାମ୍ବାଦିକ ମହଲରେ କ୍ଷୋଭ ପ୍ରକାଶ ପାଇଛି । ଦିନକୁ ଦିନ ଯୋଡା ସହରରେ ପ୍ୟାଟ୍ରୋଲିଙ୍ଗ ବ୍ୟବସ୍ତା କୋହଳ ଯୋଗୁଁ ଅସାମାଜିକଙ୍କ ଦ୍ୱାରାତ୍ମ ବୃଦ୍ଧି ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.