Home ଜିଲ୍ଲା ପରିକ୍ରମା ମଣିନାଥପୁର ଜିବିୱାଇସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମଣିନାଥପୁର ଜିବିୱାଇସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

12

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ମଣିନାଥପୁର କ୍ରିକେଟ ପଡିଆରେ ଅନୁଷ୍ଠିତ ଗୋପବନ୍ଧୁ ୟୁଥ କ୍ଲବ ଅନୁକୂଲ୍ୟରେ ଅନୁଷ୍ଠିତ ଜିବିୱାଇସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି ଟୁର୍ଣର୍ାମେଣ୍ଟରେ ମୋଟ ଆଠଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଯାଜପୁର ଫାଇଟର ୧୧ ଓ ବିନ୍ଦାସ ବୟ ଚିତାଳୋ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଫାଇଟର ୧୧ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା। ଏହି ଦଳ ନିର୍ଦ୍ଧାରିତ ଚାରି ଓଭରରେ ୩ ଉଇକେଟ ହରାଇ ୨୮ ରନ ସ୍କୋର କରିଥିଲା। ଜବାବରେ ବିନ୍ଦାସ ବୟ ଦଳ ୪ ଓଭରରେ ୩ ଉଇକେଟ ହରାଇ ୨୫ ରନ କରିବାକୁ ସମର୍ଥ ହୋଇଥିଲା। ଫଇଟର ୧୧ ଚାମ୍ପିଅନ ଓ ବିନ୍ଦାସ ବୟ ରନରସପ ହୋଇଥିଲା। ଦିଲ୍ଲିପ କୁମାର ଦାସ ମ୍ୟାନ ଅଫ ଦି ମ୍ୟାଚ ଓ ପ୍ରିୟ ରଞ୍ଜନ ବିଶ୍ୱାଳ ମ୍ୟାନ ଅଫ ଦି ସିରିଜ ବିବେଚିତ ହୋଇଥିଲେ। ଅମ୍ପାୟାର ବିଜୟ ସେଠୀ ଓ ଲମ୍ବୋଦର ସେଠୀ ଖେଳ ପରିଚାଳନା କରିଥିଲେ। ଖେଳ ଶେଷରେ ସମାଜସେବୀ ବିଶ୍ୱମ୍ଭର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ସମାଜସେବୀ ଇଂ ଉତ୍କଳ କେଶରୀ ମହାନ୍ତି ମୁଖ୍ୟଅତିଥି, ସ୍ଥାନୀୟ ସ୍କୁଲ ପ୍ରଧାନଶିକ୍ଷକ ସୂର୍ଯ୍ୟକାନ୍ତ ବରାଳ, ଯୁବକ ସଂଘ ସଭାପତି ସୁରଥ ଦାସ, ସମ୍ପାଦକ ଗଜେନ୍ଦ୍ର ଦାସ, ଗ୍ରାମ୍ୟ ରୋଜଗାର ସେବକ ନିଶିକାନ୍ତ ଜେନା, ଅରବିନ୍ଦ ନାୟକ, ଲୋକନାଥ ଦାସ, ପ୍ରଫୁଲ୍ଲ ନାୟକ, ଶିବପ୍ରସାଦ ଭୋଇ, ମନୋଜ ଦାସ, ମିହିର କୁମାର ଜେନା ଅତିଥି ଭାବେ ଯୋଗଦେଇ କୃତୀ ଖୋଳୀ ସମେତ ଚାମ୍ପିଅନ ଓ ରନରସପ ଦଳକୁ ପୁରସ୍କୃତ କରିଥିଲେ। ନିରଞ୍ଜନ ବେହେରା, ବିକ୍ରମ ଦାସ, ବବୁଲ ଦତ୍ତ, ମନ୍ମଥ ଦାସ, ତପନ ସାମଲ, ପ୍ରକାଶ ଦାସ, ଶ୍ରୀକାନ୍ତ ଦାସ, ହରେକୃଷ୍ଣ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.