Home ଖେଳ ଅଦୈତ ନାୟକ ମୋମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସେମିରେ ଭଦ୍ରକ ରେଲୱେ ଓ...

ଅଦୈତ ନାୟକ ମୋମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ସେମିରେ ଭଦ୍ରକ ରେଲୱେ ଓ ଭୁବନେଶ୍ୱର ରାମେଶ୍ୱର ସ୍ପୋଟିଂ

51

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ରଘୁନାଥପୁର କ୍ରିକେଟ ପଡିଆରେ ଅଦୈତ ନାୟକ ମେମୋରିଆଲ ୧୬ତମ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଗୋପିନାଥ ନାୟକ ଓ ରଘୁନାଥପୁର କ୍ରିକେଟ କମିଟି ସଭାପତି ବିଶ୍ୱନାଥ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣର୍ାମେଣ୍ଟ ଉଦଘାଟନ କରିଥିଲେ। ଉଦଘାଟିନୀ ଦିବସର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଏମ.ସି.ସି. ଯାଜପୁର ଟାଉନ ଓ ରେଲୱେ ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରେଲୱେ ଦଳ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଏହି ଦଳ ନିର୍ଦ୍ଧାରିତ ୧୮ ଓଭରରେ ୮ ଉଇକେଟ ହରାଇ ୧୩୪ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଜ୍ୟୋତିରଞ୍ଜନ ମହାରଣା ୪୦ ରନ ଓ ୧୭ ରନ ସ୍କୋର କରିଥିଲେ। ପ୍ରତିପକ୍ଷ ଦଳର ବୋଲର ଦିପକ ମହାତୋ ୪ ଓଭରରେ ୨୧ ରନ ଦେଇ ୪ ଉଇକେଟ ଓ ଶେଖ ଆଝାରୁଦ୍ଦିନ ୪ ଓଭରରେ ୧୬ ରନ ଦେଇ ୩ ଉଇକେଟ ହାସଲ କରିଥିଲେ। ଜବାବରେ ଏମ.ସି.ସି. ଦଳ ୧୭.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୨୫ ରନ ସ୍କୋର କରି ପରାଜିତ ହୋଇଥିଲା। ଦଳର ବ୍ୟାଟ୍ସମ୍ୟାନ ଦିପକ ମହାତୋ ୨୩ ରନ ଓ ଶେଖ ଆଝାରୁଦ୍ଦିନ ୧୫ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ସାହିଲ ଖାଁ ୪ ଓଭର ବୋଲିଂ କରି ୧୩ ରନ ଦେଇ ୪ ଉଇକେଟ ଓ ହରଶ୍ଚିତ ରାଠୋର ଓ କୌସିକ ସାହୁ ପ୍ରତ୍ୟେକ ୨ ଉଇକେଟ ଲେଖାଏଁ ଅକ୍ତିଆର କରିଥିଲେ।

ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ସୋହେଲ ଖାଁଙ୍କୁ ଗୋପିନାଥ ନାୟକ ପୁରସ୍କୃତ କରିଥିଲେ। ଆଜି ଅନୁଷ୍ଠିତ ୨ୟ କ୍ୱାଟର ଫାଇନାଲ ମ୍ୟାଚରେ ସୂର୍ଯ୍ୟଶିଖା ଭଦ୍ରକ ଓ ଭୁବନେଶ୍ୱର ରାମେଶ୍ୱର ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ରାମେଶ୍ୱର ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ଦଳ ନିର୍ଦ୍ଧାରିତ ୧୮ ଓଭରରେ ୭ ଉଇକେଟ ହରାଇ ୧୫୮ ରନ ସ୍କୋର କରିଥିଲା। ଦଳର ବ୍ୟାଟ୍ସମ୍ୟାନ ଗୌତମ ଗୋପାଲ ୫୪ ରନ ଓ ରମଣି ଜେନା ୨୮ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ଏମ.ସି. ରାଜୁ ଓ ଏମ.ଡି.ଆକ୍ରମ ପ୍ରତ୍ୟେକ ୨ ଉଇକେଟ ଲେଖାଏଁ ହାସଲ କରିଥିଲେ। ଜବାବରେ ସୂର୍ଯ୍ୟଶିଖା ଦଳ ସମସ୍ତ ଉଇକେଟ ହରାଇ ୧୪୪ ରନ କରି ପରାଜିତ ହୋଇଥିଲା। ଦଳର ଅଧିନାୟକ ସରୋଜ ବେହେରା ୩୮ ରନ ଓ ପଙ୍କଜ ସେନାପତି ୨୭ ରନ ସ୍କୋର କରିଥିଲେ। ବିପକ୍ଷ ଦଳର ବୋଲର ପ୍ରତୀକ ସ୍ୱାଇଁ ୩ ଉଇକେଟ ଲକ୍ଷ୍ମୀଧର ପ୍ରଧାନ ଓ ନିରଞ୍ଜନ ଗୌଡ ପ୍ରତ୍ୟେକ ୨ ଉଇକେଟ ହାସଲ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ଗୌତମ ଗୋପାଲଙ୍କୁ ବିଶ୍ୱନାଥ ମାଝୀ ଓ ଅନ୍ତର୍ଯ୍ୟାମୀ ସାହୁ ପୁରସ୍କୃତ କରିଥିଲେ। ଅମ୍ପାୟାର ଆଶୁତୋଷ ପାଣି ଓ ଖଗେଶ୍ୱର ମଲ୍ଲିକ ଖେଳ ପରିଚାଳନା କରିଥିଲେ। ଜୟନ୍ତ ନାୟକ, ବୀରନାରାୟଣ ମାଝୀ ଓ ରଘୁନାଥ ମାଝୀ ସ୍କୋରର ଏବଂ ବିଷ୍ଣୁ ବୋଇତାଇ ଓ ପ୍ରଦୀପ୍ତ ନାୟକ ଧାରା ବିବରଣୀ ଦେଇଥିଲେ। ସୋମବାର ବାସୁଦେବପୁର ଦଳ ସହ ଇଲେଭେନ ଷ୍ଟାର ଯାଜପୁର ଦଳର ତୃତୀୟ କ୍ୱାଟର ଫାଇନାଲ ଓ ୟୁନିକ୍ୱ ଇଲେଭେନ ଭଦ୍ରକ ସହ ନିମିପୁର କଟକ ଦଳର ଶେଷ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.