Home ଅପରାଧ ମଟର ସାଇକେଲ୍ ଯାତ୍ରା ହେଲା ଶେଷ ଯାତ୍ରା 

ମଟର ସାଇକେଲ୍ ଯାତ୍ରା ହେଲା ଶେଷ ଯାତ୍ରା 

463

ଯାଜପୁର୧୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ସନ୍ଧ୍ୟାରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟରେ ଜଣେ ମହିଳା ସ୍କୁଟିରୁ ଖସିପଡି ଟ୍ରକ ଚକାତଳେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣକ ହେଲେ ଯାଜପୁର ଜିଲ୍ଲାର ବଡ଼ଚଣା ଥାନା ଅରଖପୁର ପଞ୍ଚାୟତ ବାରବାଟୀ ଗାଁର ଅନିତା ସାହୁ। ଚଣ୍ଡିଖୋଲ ଥାନା ଅନ୍ତର୍ଗତ ଖୋସାଲିପୁର ରେଲୱେ ବ୍ରିଜ ଉପରେ ଏହି ଘଟଣା ଘଟିବା ପରେ ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ କରିଥିବା ବେଳେ ଯାତାୟତ ପ୍ରଭାବିତ ହୋଇଛି।ପୁଲିସ ସୁତ୍ରରୁ ପ୍ରକାଶ- ଜଣେ ସମ୍ପର୍କୀୟଙ୍କ ଶୁଦ୍ଧି କ୍ରିୟାରେ ଯୋଗଦେଇ ସ୍ୱାମୀ ଉମେଶ ବଳଙ୍କ ସହ ଅନିତା ଓ ତାଙ୍କ ଝିଅ ଏକ ସ୍କୁଟି ଯୋଗେ ଗାଁକୁ ଫେରୁଥିଲେ। ସ୍କୁଟି ପଛରେ ବସିଥିବା ଅନିତା ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ତାଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହି ଦୁର୍ଘଟଣାରେ ଅନିତାଙ୍କ ସ୍ୱାମୀ ଓ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁ ଏଭଳି ଦୁର୍ଘଟଣା ଘଟି ଚାଲିଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ଏହି ବ୍ରିଜରେ ଥିବା ଖାଲଖାମକୁ ମରାମତି କରିବା ସହ ହମ୍ପସ ନିର୍ମାଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.