Home ଜିଲ୍ଲା ପରିକ୍ରମା ମଞ୍ଜୁରୀ ଡାକ୍ତରଖାନାରୁ ଚୋରି ଇନଭର୍ଟର ଓ ବ୍ୟାଟେରି ଫେରାଇଲେ ଚୋର

ମଞ୍ଜୁରୀ ଡାକ୍ତରଖାନାରୁ ଚୋରି ଇନଭର୍ଟର ଓ ବ୍ୟାଟେରି ଫେରାଇଲେ ଚୋର

83

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଞ୍ଜୁରୀ ମେଡିକାଲରୁ ଗତ ୭ ତାରିଖ ରାତ୍ରରେ ଚୋରି ହୋଇଥିବା ଇନଭଟ୍ଟର ଓ ବ୍ୟାଟେରି ଉଦ୍ଧାର କରାଯାଇଛି । ଚୋରମାନେ ଓଜିନିଆ ବ୍ୟାଟେରୀକୁ ପାଚେରୀ ଅପରପାଶ୍ୱର୍କୁ ନେଇନପାରି ହତାର ଗୋଟିଏ କୋଣରେ ଘାସଘୋଡାଇ ଲୁଚାଇ ଦେଇଥିଲେ । ଉକ୍ତ ବ୍ୟାଟେରୀକୁ ପୁଲିସ ଜବତ କରିଥିଲା । ସେହିପରି ଚୋରି ସମ୍ପର୍କରେ ସାଇଣ୍ଟିଫିକ ଟିମ୍ ତଦନ୍ତ କରିଥିଲେ । ଖୁବ ଶିଘ୍ର ସନ୍ଧାନୀ କୁକୁର ଆସିବ ବୋଲି ପ୍ରଚାର କରାଯାଇଥିଲା । ଚୋରମାନେ ଦୁଇଦିନ ପରେ ନିକଟସ୍ଥ ମନ୍ଦିରରେ ଇନଭଟ୍ଟରକୁ ଥୋଇଦେଇଥିଲେ । ମନ୍ଦିର ପୂଜକ ଏ ସମ୍ପର୍କରେ ସରପଞ୍ଚଙ୍କୁ ଜଣାଇଥିଲେ । ସରପଞ୍ଚଙ୍କ ଠାରୁ ସୂଚନା ପାଇ ପୁଲିସ ଇନଭଟ୍ଟର ଜବତ କରି ଉଭୟ ବ୍ୟଟେରୀ ଓ ଇନଭଟ୍ଟରକୁ ଡାକ୍ତରଖାନା କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.