Home ଜିଲ୍ଲା ପରିକ୍ରମା ଏସ୍‌ବିଡ଼ି ସ୍କୁଲରେ କର୍ମଚାରୀଙ୍କ ଶୋକସଭା

ଏସ୍‌ବିଡ଼ି ସ୍କୁଲରେ କର୍ମଚାରୀଙ୍କ ଶୋକସଭା

78

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହର ସ୍ଥିତ ଏସ୍‌ବିଡ଼ି ଇଣ୍ଟରନ୍ୟାସନାଲ ସ୍କୁଳ ପରିସରରେ ଉକ୍ତ ବିଦ୍ୟାଳୟର ବାହନ ପରିଚାଳକ ସ୍ୱର୍ଗତ କିବୁସେନ ପଣ୍ଡାଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶୋକସଭାରେ ସ୍କୁଲର କର୍ମକର୍ତ୍ତା, ପରିଚାଳନା କମିଟିର ସଦସ୍ୟ, କର୍ମଚାରୀ ଯୋଗ ଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯିବା ସହିତ ତାଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ କରାଯାଇଥିଲା । ସ୍ୱର୍ଗତ ପଣ୍ଡା ଜରେ କର୍ତ୍ତବ୍ୟପରାୟଣ, ସଚ୍ଚୋଟ ଓ ନିଷ୍ଠାପର ବ୍ୟକ୍ତି ଥିଲେ । ତାଙ୍କର ଅମାୟିକ ବ୍ୟବହାର ପାଇଁ ସେ ସମସ୍ତ ଛାତ୍ରଛାତ୍ରୀଙ୍କର ଅତିପ୍ରିୟ ଥିଲେ । ମାତ୍ର ୪୨ ବର୍ଷ ବୟସରେ ତାଙ୍କର ନିଧନ ତାଙ୍କ ପରିବାରରେ ଏକ ଅପୂରଣୀୟ କ୍ଷତି ଘଟାଇବା ସହିତ ଅନୁଷ୍ଠାନରେ ଏକ ସ୍ଥାନକୁ ଶୂନ୍ୟ କରିଗଲେ ବୋଲି ବକ୍ତବ୍ୟରେ କହିଥିଲେ । ଏହି ଅନୁୁଷ୍ଠାନ ତାଙ୍କ ପରିବାର ପାଖରେ ଚିର ଋଣୀ ହୋଇ ରହିବ ବୋଲି କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.