Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : ବିଜେପିର ସେବାକାର୍ଯ୍ୟ

ଭଣ୍ଡାରିପୋଖରୀ : ବିଜେପିର ସେବାକାର୍ଯ୍ୟ

31

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଜେପିର ବଳଦେବଜିଉ ମଣ୍ଡଳ ପକ୍ଷରୁ ଦଳର ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତରେ ସେବା କାର୍ଯ୍ୟ ଆଜି ଅନୁଷ୍ଠିତ ହୋଇଯାଇଛି । କୋରିଗାଁ ପଞ୍ଚାୟତର ଷଠଗାଁ, ଷୋଳମପୁର ପଞ୍ଚାୟତର ବିରୋଳି ଓ ମାଳଦା ପଞ୍ଚାୟତର ରଘୁନାଥପୁର ହରିଜନ ସାହିରେ ବାତ୍ୟା ଓ ବନ୍ୟା ବିପନ୍ନ ପରିବାରକୁ ମାସ୍କ ଓ ଶୁଖିଲା ଖାଦ୍ୟ ବିତରଣ କରାଯାଇ କରୋନା ସଚେତନ କରାଯାଇଥିଲା । ଏଥିସହ ରଘୁନାଥପୁର ହରିଜନ ସାହିର ଦଶ ପରିବାରକୁ ଜରିପାଲ ଓ ଅନ୍ୟାନ୍ୟ ସାମଗ୍ରୀ ବିତରଣ କରାଯାଇଥିଲା । ଏଥିରେ ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକ, ସୁଶାନ୍ତ ପାତ୍ର, ନିରଞ୍ଜନ ପୁହାଣ, ବିଶ୍ୱନାଥ ଯେନା, ବ୍ରଜ ନାୟକ, ଶୁକଦେବ ଦାସ, ବିଶ୍ୱଜିତ ନାୟକ, ପ୍ରଶାନ୍ତ ନାୟକ, ରମେଶ ସାମଲ, ଉମାକାନ୍ତ ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.