Home ଜିଲ୍ଲା ପରିକ୍ରମା ଚକ୍ରାପାଢୀ-ଚାରିଗାଁ ପଞ୍ଚାୟତ ଗୃହ ପାଇଁ ସ୍ଥାନ ନିରୂପଣ , ପିଡ଼ି, ଉପଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

ଚକ୍ରାପାଢୀ-ଚାରିଗାଁ ପଞ୍ଚାୟତ ଗୃହ ପାଇଁ ସ୍ଥାନ ନିରୂପଣ , ପିଡ଼ି, ଉପଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ

52

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୨୦୧୬ ମସିହା ସରକାରୀ ନିର୍ଦ୍ଦେଶ ଅନୁସାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ପଞ୍ଚାୟତକୁ ୨ ଭାଗ କରି ଚକ୍ରାପାଢୀ-ଚାରିଗାଁ ନୂତନ ପଞ୍ଚାୟତ ଗଠିତ ହୋଇଥିଲା । ଏହି ନୂତନ ପଞ୍ଚାୟତକୁ ମଧ୍ୟ ସରପଞ୍ଚ, ସମିତିସଭ୍ୟ ଓ ୱାଡ଼ସଭ୍ୟ/ସଭ୍ୟା ନିର୍ବାଚିତ ହୋଇଥିଲେ । ମାତ୍ର ଇତି ମଧ୍ୟରେ ୩ ବର୍ଷ ଅତିକ୍ରମ କରିଥିଲେ ସୁଦ୍ଧା ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରି ନାହିଁ । ଚକ୍ରପାଢୀ ସ୍କୁଲ ପରିସରରେ ଥିବା ଏକ ଗୃହରେ ଆଜିଯାଏ ଅସ୍ଥାୟୀ କାର୍ଯ୍ୟାଳୟ ଚାଲିଛି । ସ୍ଥାନ ନିରୂପଣ ହୋଇ ନପାରିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଜଣାପଡ଼ିଛି । ଚକ୍ରାପାଢୀ ସ୍କୁଲ ସାମନା ଓ ପାଣିଟାଙ୍କି ପାଶ୍ୱର୍ରେ ଏହି କାର୍ଯ୍ୟାଳୟ ଗୃହ ନିର୍ମାଣ ହେବ ବୋଲି ପ୍ରଶାସନିକ ସ୍ତରରେ ତନଖି କରାଯାଇଛି । ଶନିବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପୀତାମ୍ବର ସାମଲ, ବିଡ଼ିଓ ରେବେକା ବିଲୁଙ୍ଗ, ତହସିଲଦାର ଇନ୍ଦିରା ସାହୁ, ଅଣିଜୋ ରାଜସ୍ୱ ନିରୀକ୍ଷକ ଦିପ୍ତିରେଖା ସ୍ୱାଇଁ ପ୍ରମୁଖ ଘଟଣାସ୍ଥଳକୁ ଆସି ଚିହ୍ନଟ ସ୍ଥାନରେ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ସ୍ଥିର କରିଛନ୍ତି । ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପଦ୍ମନ ରାୟ, ଜିଲ୍ଲାପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସରପଞ୍ଚ ବନମାଳୀ ବେହେରା, ଯୁବନେତା ଧରଣୀଧର ପୃଷ୍ଟି, କୃଷ୍ଣଚନ୍ଦ୍ର ସାହୁ, ପର୍ଶୁରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନ ଚିହ୍ନଟ ପାଇଁ ପରିଦର୍ଶନରେ ଯାଇଥିବା ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ କହନ୍ତି, ପ୍ରସ୍ତାବିତ ପଞ୍ଚାୟତ ଗୃହ ହେବାକୁ ଥିବା ସ୍ଥାନର ରେକର୍ଡ଼ ଯାଞ୍ଚ କରାଯାଉଛି ପରେ ସିଦ୍ଧାନ୍ତ ନିଆଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.