କୋରାପୁଟ ୨୨-୦୬(ଓଡିଆ ପୁଅ /ରଂଜନ ଦାସ)ମଙ୍ଗଳବାର କୋରାପୁଟ ଜିଲ୍ଲାରେ ୨୩ଜଣ ମହିଳାଙ୍କ ସମେତ ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୦୯ରେ ପହଂଚିଛି । ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ଜିଲାରେ ମୋଟ ମୃତ୍ୟୁ ସଂଖ୍ୟା ୫୫ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌର ପରିଷଦରୁ ୧୦, ଜୟପୁର ପୌରାଂଚଳରୁ ୯ , ସୁନାବେଡା ପୌରାଂଚଳରୁ ୯ ଓ କୋଟପାଡ ଏନଏସିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୋମବାର କୋରାପୁଟ,କୁନ୍ଦୁରା, ଲକ୍ଷ୍ମୀପୁର ଏବଂ ନନ୍ଦପୁର ବ୍ଲକରେ ଜଣେ ହେଲେ ପଜିଟିଭ୍ ବାହାରି ନଥିବା ଜଣା ପଡିଛି । ସେହିପରି ବୈପାରିଗୁଡା ବ୍ଲକରୁ ୧, ବନ୍ଧୁଗାଁରୁ ୩,ବୋରିଗୁମ୍ମାରୁ ୨,ଦଶମନ୍ତପୁରରୁ ୧ ଓ ଜୟପୁର ବ୍ଲକରୁ ୪ ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୫,ଲମତାପୁଟ ବ୍ଲକରୁ ୧, ନାରାୟଣପାଟଣା ବ୍ଲକରୁ ୨,ପଟ୍ଟାଙ୍ଗୀ ବ୍ଲକରୁ ୬ ଏବଂ ସେମିଲିଗୁଡା ବ୍ଲକରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୧ ତାରିଖ ସୁଦ୍ଧା ୩ ଲକ୍ଷ ୩୮ ହଜାର ୭୭୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୨ ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୬୬୦୫ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୪୯ ଟି ସକ୍ରୀୟ କେସ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।