Home କୋରାପୁଟ ଓଡପୁର ଗ୍ରାମରେ ପାନୀୟ ଜଳ ଓ ରାସ୍ତାର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଓଡପୁର ଗ୍ରାମରେ ପାନୀୟ ଜଳ ଓ ରାସ୍ତାର ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

36

କୋରାପୁଟ ୨୧-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଡା ଗ୍ରାମ ପଂଚାୟତର ଓଡପୁର ଗ୍ରାମରେ ପାନୀୟ ଜଳ ଓ ରାସ୍ତାର ସମସ୍ୟାକୁ ନେଇ ଗ୍ରାମବାସୀ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଭେଟି ଅବଗତ କରାଇଥିବା ଜଣାପଡିଛି ।ଉକ୍ତ ଗ୍ରାମରେ ୩୫୦ ପରିବାର ବସବାସ କରୁଛନ୍ତି ।ଗତ ୨ ବର୍ଷ ହେବ ନଳକୂଅ ଓ ନଳକୂପ ଅଚଳ ହୋଇଯାଇଥିବାରୁ ଲୋକମାନେ ଶୁଦ୍ଧ ପାନୀୟ ଜଳ ଅଭାବରୁ ବର୍ଷାଦିନରେ ନାଳ ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗ ହେବାର ଆଶାଙ୍କା ଥିବାରୁ ଏକ ନୂତନ ନଳକୂପ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।ନଳକୂଅରୁ ବାହାରୁଥିବା ଗୋଳିଆ ପାଣିକୁ ଆଣି ଜିଲ୍ଲାପାଳଙ୍କୁ ଦେଖେଇଥିବା ଜଣାପଡିଛି ।ଓଡପୁରରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ୨ ବର୍ଷ ହେବ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ନୂତନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସରିଛିାକିନ୍ତୁ ପଂଚାୟତକୁ ଆଜି ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇ ନ ଥିବା କଂଗ୍ରେସ ନେତା ରମେଶ ଖରା ସୂଚନା ଦେଇଛନ୍ତି ।ଏ ସଂପର୍କରେ ଦଶମନ୍ତପୁର ବିଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ  ଗ୍ରାମବାସୀମାନେ ସାକ୍ଷାତ କରି ସମାଧାନ କରିବାକୁ ନିବେଦନ କରିଥିଲେ କିନ୍ତୁ ପାନୀୟ ଜଳ ସମସ୍ୟା ସମାଧାନ ନ ହେବାରୁ ଗ୍ରାମବାସୀମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଭେଟି ସମାଧାନ କରିବାକୁ ଦାବି କରିଥିବା ସେ ସୂଚନା ଦେଇଛନ୍ତି ।ଗ୍ରାମରେ ଏକ ନୂତନ ନଳକୂପ ସ୍ଥାପନ କରାଯିବ  ବୋଲି ଜିଲ୍ଲପାଳ ପ୍ରତିଶୃତି ଦେଇଥିବା ସେ ସୂଚନା ଦେଇଛନ୍ତି ।ଗ୍ରମରେ ରାସ୍ତା ସମସ୍ୟା ଥିବାରୁ ଆମ୍ବୁଲାନସ ଗାଡି ଗାଁକୁ ଆସି ପାରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଆମ୍ବୁଲାନଓ ଆସୁ ନ ଥିବାରୁ ରୋଗୀମାନଙ୍କୁ ନେବା ଆଣିବାରେ ଅସୁବିଧା ହେଉଥିବା ଗ୍ରାମବାସୀ ପ୍ରକାଶ କରିବା ସହ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି । ଭୁକ୍ତା ପାଇକ,ଟଙ୍ଗଧର ଗୈାଡ ,ଭଗବାନ ଗୈାଡ ,ଦୁତୀକା ଗୈାଡ,ରମା ଗୈାଡ , ରାମୁ ଗୈାଡ , ରମା ଗୈାଡ ପ୍ରମୁଖଙ୍କ ସହ ଅନେକ ଗ୍ରାମବାସୀ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.