Home ଜିଲ୍ଲା ପରିକ୍ରମା ମଂଜୁରୀରୋଡ୍ ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

ମଂଜୁରୀରୋଡ୍ ଡାକ୍ତରଖାନାକୁ ଜିଲ୍ଲାପାଳଙ୍କ ପରିଦର୍ଶନ

45

ଭଦ୍ରକ, ୨୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲପାଳ ଜ୍ଞାନ ଦାସ ମଙ୍ଗଳବାର ଦିନ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଡାକ୍ତରଖାନା ପରିସରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଏକ ବହୁମୁଖି ବ୍ୟବହାର ଗୃହର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପାଞ୍ଚଲକ୍ଷ ଟଙ୍କା ବ୍ୟୟରେ ଏହି ଗୃହ ନିର୍ମାଣ କରାଯାଉଛି । ଜିଲ୍ଲାପାଳ ଶ୍ରୀ ଦାସ ଡାକ୍ତରଖାନାର ପରିବେଶ ଓ ପରିସର ଅନୁଧ୍ୟାନ କରିଥିଲେ । ତାଙ୍କ ସହ ସ୍ଥାନୀୟ ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ, ବିଡିଓ ବିଜୟ କୁମାର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟମିଶନ ଯନ୍ତ୍ରୀ ଜନ୍ମେଜୟ ଜେନା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.