Home ଜିଲ୍ଲା ପରିକ୍ରମା ଭୟଭୀତ ନୁହେଁ ସତର୍କତା ଅବଲମ୍ୱନ ପାଇଁ ପ୍ରଶାସନର ଅନୁରୋଧ

ଭୟଭୀତ ନୁହେଁ ସତର୍କତା ଅବଲମ୍ୱନ ପାଇଁ ପ୍ରଶାସନର ଅନୁରୋଧ

82

ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଭୟଭୀତ ନୁହେଁ ବରଂ ସଚେତନ ଓ ସତର୍କତା ଅବଲମ୍ୱନ କରିବାକୁ ଜିଲ୍ଲାବାସିଙ୍କୁ ଅନୁରୋଧ କରିଚ୍ଥନ୍ତି ଜିଲ୍ଲାରେ ୧୪୪ ଧାର ଜାରି କରାଯିବ ବୋଲି ସେ ସୂଚନା ଦେବା ସହ ସମସ୍ତ ଉତ୍ସବ, ମହୋତ୍ସବ, ସଭା ସମିତିକୁ ବାରଣ କରାଗଲା ବୋଲି କାମଚଳା ଜିଲ୍ଲାପାଳ ସୂଚନା ଦେଇଥିଲେ ।  ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ବାରୁଣୀ ମେଳା ଓ ଜିଲ୍ଳାର ଅନ୍ୟାନ୍ୟ ସ୍ଥାନର ମେଳା ମହୋତ୍ସବ ଗୁଡିକୁ ମଧ୍ୟ ଜନସାଧାରଣଙ୍କ ସର୍ବାଧିକ ହିତ ଦୃଷ୍ଟିରୁ ଚଳିତ ବର୍ଷ ପାଇଁ ବନ୍ଦ ଘୋଷଣା କରାଯାଇଚ୍ଥି ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ଏକ ମହାମାରୀର ଆଖ୍ୟା ଦେଇଥିବା ବେଳେ କେନ୍ଦ୍ର ଓ  ରାଜ୍ୟ ସରକାର ଏହାକୁ ବିପର୍ଯ୍ୟୟ ତାଲିକାଭୁକ୍ତ କରିଚ୍ଥନ୍ତି ।  ସେଥିପାଇଁ ୧୪୪ ଧାରା ଜାରି ହେବା ସହ ସମସ୍ତ ବି.ଡି.ଓ.  ଓ ପୈାର ନିର୍ବାହୀ ଅଧିକାରୀ ମାନଙ୍କୁ ଏହାର ମାଇକ ପ୍ରଚାର କରିବା ପାଇଁ ନିର୍ଦ୍ଦେଶ   ଦିଆଯାଇଚ୍ଥି , ଯାହାଦ୍ୱାରା ସାଧାରଣ ଲୋକମାନେ ଏହି ସୂଚନା ପାଇପାରିବେ । ଜିଲ୍ଲାର ବିଭିନ୍ନ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ଗୁଡିକରେ ମଧ୍ୟ ଭିଡ  ନ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।  ବିଭିନ୍ନ ମଲ, କଲ୍ୟାଣ ମଣ୍ଡପ, ହୋଟେଲ  ଇତ୍ୟାଦି ମାନଙ୍କରେ ଗହଳି, ବିବାହ, ବ୍ରତ ଇତ୍ୟାଦି ସାମାଜିକ କାର୍ଯ୍ୟକୁ ବନ୍ଦ ରଖାଯାଇଚ୍ଥି ।  ଯେ ହେତୁ ୧୪୪ ଧାରାର ନିୟମ ଅନୁସାରେ ୫ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ, ସେଥିପାଇଁ ଅତ୍ୟାବଶ୍ୟକ କାର‌୍ୟ୍ୟ ନଥିଲେ ଭିଡ କରନ୍ତୁ ନାହିଁ ବୋଲି ଅନୁରୋଧ କରାଯାଇଛି ।  ସ୍ୱାସ୍ଥ୍ୟ  ଓ ସାନିଟାଇଜର କଳାବଜାର ଯେପରି ନ ହୁଏ ଓ ଲୋକ ସଠିକ ମୂଲ୍ୟରେ ଏଗୁଡିକୁ ପାଇପାରିବେ ସେଥିପାଇଁ ନିରନ୍ତର ଧରପଗଡ କରିବାକୁ ନିର୍ଦ୍ଦେଶ ଦିଆଯାଇଚ୍ଥି ।  ଯେ ହେତୁ କରୋନା ଅଧିକ ଗହଳି ହେଲେ ଅଧିକ ସଂକ୍ରମଣର ଆଶଙ୍କା ଥାଏ ସେଥିପାଇଁ ଗହଳିକୁ ବର୍ଜନ କରିବା, ଚ୍ଥେପ, ଖଙ୍କାର ଏଣେ ତେଣେ ନ ପଂଙ୍ଗିବା, ପାନ ଚ୍ଥେପ ଇତସ୍ତତଃ ନ ପିଂଙ୍ଗିବାକୁ ପରାମର୍ଶ ଦିଆଯାଇଚ୍ଥି ।  ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର,  ପଞ୍ଚାୟତ କାର୍ଯ୍ୟଳ. ପ୍ରତ୍ୟେକ ସ୍ୱସ୍ଥ୍ୟ କେନ୍ଦ୍ରକୁ କଲ ସେଣ୍ଟର କରାଯାଇଚ୍ଥି ।  ସମସ୍ତ ସଚେତନତା ବାର୍ତ୍ତା ଏହିଠାରୁ ମିଳିପାରିବ ।  ସଚେତନତା କାର‌୍ୟ୍ୟକ୍ରମରେ ଲୋକ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି ଓ ଆଶା କର୍ମୀମାନେ ସହଯୋଗ କରିବେ ।  ସମସ୍ତ ସରକାରୀ କର୍ମଚାରୀଙ୍କ ଚ୍ଥୁଟି ବାତିଲ କରାଯିବା ସହ ବ୍ଳକ, ଜିଲ୍ଳ୍‌ା ସ୍ତର ଓ ଅନ୍ୟାନ୍ୟ ବିଭାଗ, ଲାଇନ ଡିପାର୍ଟମେଣ୍ଟର କଣ୍ଟ୍ରୋଲ ରୁମରେ କରୋନା ସଂପର୍କରେ ସୂଚନା ମଧ୍ୟ ମିଳିପାରିବ ବୋଲି ସୂଚନା ଦିଆଯାଇଛି ।  ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏଥିରେ ଯୋଗଦେଇ କୈାଣସି ଗୁଜବ ଏହି ସମୟରେ ପ୍ରଚାର ନ କରିବାକୁ ପରାମର୍ଶ ଦେଇଥିଲେ ।  ଲୋକମାନେ ସଚେତନ ହେବା ସହ ଆବଶ୍ୟକ ନ ଥିଲେ ଗହଳିକୁ ନ ଆସିବାକୁ ଅନୁରୋଧ କରିଥିଲେ ।  ଉପଜିଲ୍ଲାପାଳ ତଥା ବିରଜା ମନ୍ଦିରର ଟ୍ରଷ୍ଟି  ନାରାୟଣ ଚନ୍ଦ୍ର ଧଳ ବିରଜା ମନ୍ଦିରକୁ ବାହାର ରାଜ୍ୟରୁ ଆସୁଥିବା ଗାଡି ଗୁଡିକୁ ତନଖି କରାଯାଇ ସହର ମଧ୍ୟକୁ ପ୍ରବେଶ  ନ କରାଇ ପେଂରାଇ ଦିଆଯିବ ବୋଲି ସୂଚନା ଦେବା ସହ ଶ୍ରଦ୍ଧାଳୁ ମାନେ ମା’ ଙ୍କ ଦର୍ଶନ ପାଇଁ ଆସି ଅଯଥା ଭିଡ ବା ମନ୍ଦିରରେ ଅଧିକ ସମୟ ନ ରହିବାକୁ ସେ ଅନୁରୋଧ କରିଚ୍ଥନ୍ତି ।  ଏହି  ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍‌ଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, , ପୂର୍ବତନ ପୈାରଧ୍ୟକ୍ଷ ଭବ ପ୍ରସାଦ ଦାସ, ପୂର୍ବତନ କାଊନ୍‌ସିଲର  ସନ୍ତୋଷ ମଲ୍ଳିକ, ପୈାର ନିର୍ବାହୀ ଅଧିକାରୀ ଅଜୟ ମହାନ୍ତି, ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.