Home ଜିଲ୍ଲା ପରିକ୍ରମା ବିଭିନ୍ନ ଚିକିତ୍ସାଳୟ ଓ ଆହାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ବିଭିନ୍ନ ଚିକିତ୍ସାଳୟ ଓ ଆହାର କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ

189

ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଯାଇ କରୋନା ଭାଇରସର ସଂକ୍ରମଣ ରୋକିବା ନେଇ ଗ୍ରହଣ କରାଯାଇଥିବା ବିବିଧ ପଦକ୍ଷେପ ସଂପର୍କରେ ସମୀକ୍ଷା ଓ କାର୍ଯ୍ୟ ନିରୀକ୍ଷଣ କରିଚ୍ଥନ୍ତି  ।  ଚିକିତ୍ସାଳୟର ପରିଷ୍କାର ପରିଚ୍ଚ୍ଥନ୍ନତାକୁ ନିରୀକ୍ଷଣ କରିଥିଲେ ।  ଚିକିତ୍ସକଙ୍କୁ ଦେଖାଇବା ପାଇଁ ଆସୁଥିବା ବିଭିନ୍ନ ରୋଗୀ ମାନେ ଅପେକ୍ଷା ଧାଡିରେ  ଠିଆ ହୋଇଥିବା ବେଳେ ପରସ୍ପର ଠାରୁ ଚ୍ଥାଡି ଠିଆ ହେବା ଓ ଡାକ୍ତରଙ୍କ ପାଖରେ ବେଶୀ ଗହଳି ନ କରିବାକୁ ପରାମର୍ଶ ଦେଇଥିଲେ ।  ଯେ ହେତୁ କରୋନା ଭୂତାଣୁ ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରୁ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଚ୍ଥି ।  ପ୍ରତିଦିନ ପ୍ରତ୍ୟେକ ବ୍ୟକ୍ତି ଶହ ଶହ ଲୋକଙ୍କ ସହ ମିଶୁ ଥିବାରୁ ତା ମଧ୍ୟରେ କିଏ ସଂକ୍ରମିତ ଜାଣିବା ସମ୍ଭବ ନୁହେଁ । ତେଣୁ ନିଜ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।  ସେହିପରି ଆଇସୋଲେସନ ୱାର୍ଡ ବୁଲି ଦେଖିବା ସହ ଯଦି ରୋଗୀ ସଂଖ୍ୟା ବୃଦ୍ଧିପାଏ ତେବେ ଅତିରିକ୍ତ ୱାର୍ଡର ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସନ୍ଦିଗ୍ଧ ଭାବେ ଚିକିତ୍ସିତ କୈାଣସି ରୋଗୀ ମାନଙ୍କର ପରିଚୟ ଗୋପନ ରଖିବା, ସଠିକ ଚିକିତ୍ସା ପ୍ରଦାନ କରିବା, ଚିକିତ୍ସାଳୟ ପରିସରକୁ ଏକାଧିକ ବାର ପରିଷ୍କାର ପରିଚ୍ଚ୍ଥନ୍ନ ରଖିବା, ରୋଗୀ ମାନଙ୍କୁ ଭଲ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ ।  ପରେ ଯାଜପୁର ରୋଡ ଚିକିତ୍ସାଳୟ, ଯାଜପୁର ରୋଡ ଓ  ଡୁବୁରୀ ସ୍ଥିତ ଆହାର କେନ୍ଦ୍ର, ଦାନଗଦୀ ଡାକ୍ତରଖାନା, ଟାଟା ଓ ଜିନ୍ଦଲ ପରିଚାଳିତ ଚିକିତ୍ସାଳୟ ଗୁଡିକୁ ଶ୍ରୀ ଦାସ ବୁଲି ଦେଖିଥିଲେ । ସେଠାରେ ମଧ୍ୟ ଶ୍ରୀ ଦାସ ଚିକିତ୍ସକ ଓ ଅନ୍ୟାନ୍ୟ ସେବାକାରୀ କର୍ମଚାରୀ ସମସ୍ତ ରୋଗୀ ମାନଙ୍କୁ ଊତ୍ତମ ବ୍ୟବହାର ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ ।  ସେହିପରି ଆହାର କେନ୍ଦ୍ରର ପରିଚାଳନା ସମୟ ପୂର୍ବାହ୍ନ ୧୦ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ବୋଲି ସରକାର ପୁନଃ  ଧାର୍ଯ୍ୟ କରିଚ୍ଥନ୍ତି ।  ତେଣୁ ସମସ୍ତ ଆହାର କେନ୍ଦ୍ର ନୂତନ ସମୟ ଅନୁସାରେ କାର୍ଯ୍ୟକ୍ଷମ ହେବା, ସମସ୍ତ ଆହାର କେନ୍ଦ୍ରରେ ସାନିଟାଇଜର, ସାବୁନ ଇତ୍ୟାଦି ରଖିବା, ସଦା ପରିଷ୍କାର ପରିଚ୍ଚ୍ଥନ୍ନତା ପ୍ରତି ଅଧିକ ଯତ୍ନଶୀଳ ହେବାକୁ ଜିଲ୍ଳ୍‌ାପାଳ ପରାମର୍ଶ ଦେଇଥିଲେ ।  ଅପର ପକ୍ଷରେ କେତେକ ମଲ ଯାଜପୁର ରୋଡ  ଠାରେ ଖୋଲା ଥିବାର ଅଭିଯୋଗ ମିଳିବା ପରେ ଜିଲ୍ଲାପାଳ ସଂପୃକ୍ତ ମଲ ଗୁଡିକୁ ପରିଦର୍ଶନ କରିବା ସହ ବନ୍ଦ କରାଇ ଆସିଥିଲେ ।  ଏହି ଗସ୍ତ ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଯାଜପୁର ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି, ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର, ବ୍ୟାସନଗର ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ସି.ଡି.ଏମ୍‌.ଓ. ଡା. ଅରୁଣ କୁମାର ପାତ୍ର, ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟ ଡା. ଅନୁପ କୁମାର ନାଥଶର୍ମା, ଡି.ପି.ଏମ୍‌. ଚିନ୍ମୟ ବରାଳ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଊପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.