Home ଓଡ଼ିଶା ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା

ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା

97

ଯାଜପୁର୧୮ା୩ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ସଂକ୍ରମଣ ଯୋଗୁଁ ଓଡ଼ିଶାରେ ପ୍ରଥମ ଥର ଯାଜପୁର ଘରୋଇ ବସଷ୍ଟାଣ୍ଡରେ ସାନିଟାଜେସନ ବ୍ୟବସ୍ଥା ହାତକୁ ନିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ସମସ୍ତେ ଭୟଭୀତ ଥିବା ବେଳେ ପରିସ୍କାର ରହିବା ପାଇଁ ସମସ୍ତଙ୍କୁ ସତର୍କ ସୂଚନା ଜାରି କରାଯାଇଛି । କରୋନା ମୁକାବିଲା କରିବା ପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଉଛି। ଆଜି ସକାଳୁ ଏଠାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଉଥିବା ସବୁ ବସକୁ ସାନିଟାଇଜେସନ କରାଯିବା ସହ ଯାତ୍ରୀମାନଙ୍କୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୩୧ତାରିଖ ପଙ୍କ’ତ୍କନ୍ତ ଜାରି ରହିବ । ଏଥିପାଇଁ ମା’ବିରଜା ଟ୍ରେଡର୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ୫ ଜଣିଆ ଟିମ୍ ଆସି କାର୍ଯ୍ୟରେ ଲାଗିଛନ୍ତି । ଏଥିସହ ଛୋଟବଡ଼ ଯାତ୍ରୀବାହୀ ଗାଡ଼ିଗୁଡିକୁ ମଧ୍ୟ ସାନିଟାଇଜେସନ୍ କରିବା ସହ ଯାତ୍ରୀମାନଙ୍କୁ ବାରମ୍ବାର ହାତ ଧୋଇବାକୁ ସୂଚନା ଦିଆଯିବା ସହ ଏହି କାର୍ଯ୍ୟକ୍ରମକୁ ରାଜ୍ୟର ସମସ୍ତ ବସ ଷ୍ଟାଣ୍ଡରେ କାର୍ଯ୍ୟକାରୀ କରିବାକୁ  ଅନୁରୋଧ କରାଯାଉଛି। ସଂପୃକ୍ତ ଅଞ୍ଚଳରେ ୧୪୪ ଧାରା ପ୍ରଶାସନ ଜାରି କରିଥିବା ବେଳେ ସମଗ୍ର ଜିଲ୍ଲାରେ ମଧ୍ୟ ଏହି ୧୪୪ ଧାରା ବଳବତ୍ତର ରହିଛି। ନିୟମ ଉଲଂଘନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ। ସେହିପରି ଯାଜପୁରରେ ମା’ ବିରଜାଙ୍କ ମନ୍ଦିର ରହିଥିବାରୁ ଦୈନିକ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାକ ଶ୍ରଦ୍ଧାଳୁ ଆସିଥାନ୍ତି। ତେବେ ବିରଜା ମନ୍ଦିରକୁ ଆସୁଥିବା ସମସ୍ତ ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ିକୁ କୁଆଖିଆ ଠାରୁ ଫେରାଇ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଥିବା ମହାବାରୁଣୀ ସ୍ନାନ ଯାତ୍ରାକୁ ପ୍ରଶାସନ ରଦ୍ଦ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.