Home Top News ଭୟଙ୍କର ସଡ଼କ ଦୁର୍ଘଟଣା : ୧୧ ଜଣଙ୍କର ମୃତ୍ୟୁ

ଭୟଙ୍କର ସଡ଼କ ଦୁର୍ଘଟଣା : ୧୧ ଜଣଙ୍କର ମୃତ୍ୟୁ

64

ମଧ୍ୟପ୍ରଦେଶ ୪-୧୧ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ବେତୁଲରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବସ୍ ଏବଂ କାର ମଧ୍ୟରେ ଧକ୍କା ହେବା ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

ଏହି ଘଟଣା ମଧ୍ୟପ୍ରଦେଶର ବେତୁଲ ପରାଟବାଡା ରାସ୍ତାରେ ଘଟିଛି। ବସ୍ ଏବଂ ଟାଭେରା ମଧ୍ୟରେ ପ୍ରବଳ ବେଗରେ ଧକ୍କା ହେବା ଫଳରେ ଟାଭେରାରେ ଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୭ ଜଣଙ୍କ ମୃତଦେହକୁ ତୁରନ୍ତ ବାହାରକୁ କଢ଼ାଯାଇଥିଲା। ୪ ଜଣଙ୍କ ମୃତଦେହ ଟାଭେରା କାଟି ବାହାର କରାଯାଇଥିଲା। ରାତି ପ୍ରାୟ ୨ ଟାରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.