Home କେନ୍ଦୁଝର ଭିନ୍ନକ୍ଷମକୁ ସହାୟତାର ହାତ ବଢ଼ାଇଲେ ଉଦୟନାଥ

ଭିନ୍ନକ୍ଷମକୁ ସହାୟତାର ହାତ ବଢ଼ାଇଲେ ଉଦୟନାଥ

47

ହାଟଡ଼ିହି, ୧୪ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଆଇତିପୁର ଗ୍ରାମର ଅସହାୟ ଭିନ୍ନକ୍ଷମ ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରତିଷ୍ଠାତା ଉଦୟନାଥ କର । ଗ୍ରାମର ବିଧବା ବେଙ୍ଗ ଦେହୁରୀ ଓ ତାଙ୍କ ଭିନ୍ନକ୍ଷମ ପୁଅ ବାଦଲ ଦେହୁରୀ ଅସାହାୟ ଅବସ୍ଥାରେ ଦିନ କାଟୁଥିବାବେଳେ ବିଭିନ୍ନ ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବାପରେ ବିଭିନ୍ନ ଅନୁଷ୍ଠାନ ସହଯୋଗର ହାତ ବଢ଼ାଇଛନ୍ତି । ବାଦଲର ଟ୍ରାଇ ସାଇକେଲଟି ଭାଙ୍ଗିରୁଜି ଯାଇଥିବାରୁ ସମାଜସେବୀ ଉଦୟନାଥ କର ଆଜି ତାଙ୍କୁ ଭେଟି ଏକ ଟ୍ରାଇ ସାଇକେଲ ପ୍ରଦାନ କରିବା ସହିତ ରଜ ପାଳିବାପାଇଁ ମା ପୁଅଙ୍କୁ ନୁଆବସ୍ତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.