Home ଜିଲ୍ଲା ପରିକ୍ରମା ଭ୍ରାମ୍ୟମାଣ ଚିକିତ୍ସା ସେବା ପାଇଁ ଗଡ଼ିଲା ଭ୍ୟାନ୍

ଭ୍ରାମ୍ୟମାଣ ଚିକିତ୍ସା ସେବା ପାଇଁ ଗଡ଼ିଲା ଭ୍ୟାନ୍

46

ଭଦ୍ରକ, ୨୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଦ୍ୟୁତ ବିତରଣକାରୀ ସଂସ୍ଥା ଟି ପିଏନ୍ ଓ ଡ଼ିଏଲ୍ ଦ୍ୱାରା ପ୍ରଦତ୍ତ ଭ୍ରାମ୍ୟମାଣ ଚିକିତ୍ସା ସେବା ପ୍ରଦାନ ଉଦ୍ଦେଶ୍ୟରେ ଏକ ଭ୍ୟାନ ପରିକ୍ରମାର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପତାକା ପ୍ରଦର୍ଶନ ପୂର୍ବକ ଏହି ଭ୍ୟାନ ଗଡ଼ିବା ପାଇଁ ସଙ୍କେତ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ଜିଲ୍ଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଟିପିଏନ୍‌ଓଡ଼ିଏଲ ର ଚିଫ୍ କମର୍ସିଆଲ ଅଫିସର ଦୁଶ୍ୟନ୍ତ କୁମାର ତ୍ୟାଗୀ, ମୁଖ୍ୟ ସି.ଏସ୍‌.ଆର. ଦିଲ୍ଲୀପ କୁମାର ସାହୁ, ଭଦ୍ରକ ବିଦ୍ୟୁତ ମଣ୍ଡଳର ଏସ୍‌.ଇ. ଶ୍ରୀକାନ୍ତ କୁମାର ପାଢ଼ୀ, ଟିମ୍ ମୁଖ୍ୟ ହୃଦାନନ୍ଦ ମିଶ୍ର, ଭଦ୍ରକ ନର୍ଥ ଇଲେକ୍ଟ୍ରିକାଲ ଡ଼ିଭିଜନ୍‌ର ଇ.ଇ. ଦେବାଶିଷ ଜେନା, ଦକ୍ଷିଣ ଭିଭିଜନ୍‌ର ରଶ୍ମିକାନ୍ତ ବେହେରା ପ୍ରମୁଖ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଏହି ଭ୍ରାମ୍ୟମାଣ ଚିକିତ୍ସାଳୟଟି ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୁଲି ବୃଦ୍ଧ, ଅସହାୟ, ଗରିବ, ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ମାଗଣା ଔଷଧ ବଣ୍ଟନ କରିବ। ଏହି ଭ୍ୟାନ୍‌ରେ ଜଣେ ଡାକ୍ତର, ଜଣେ ନର୍ସ ଓ ଜଣେ ଫାର୍ମାସିଷ୍ଟ ଉପସ୍ଥିତ ରହି ଚିକିତ୍ସା ଓ ଔଷଧ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ଶୁଭ ଉଦ୍‌ଘାଟନ ପରେ ଆଜି ଏହି ଭ୍ରାମ୍ୟମାଣ ଚିକିତ୍ସାଳୟ କଲେଇ ପଞ୍ଚାୟତର ଚୁନିଦାକୁ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.